fbpx

କ୍ୟାନ୍ସର ଆଶଙ୍କା କମ୍ କରିଥାଏ ଏହି ଭିଟାମିନ୍, ଜାଣନ୍ତୁ ଏହାର ଅନେକ ଫାଇଦା

Advertisement

ନୂଆଦିଲ୍ଲୀ: ଶରୀରକୁ ଯଦି ପୋଷକ ତତ୍ତ୍ୱ ଠିକ୍ ଭାବରେ ମିଳିଥାଏ ତେବେ ଶରୀର ସବୁବେଳେ ନୀରୋଗ ରହିଥାଏ । ଅବଶ୍ୟ ଏଭଳି ହୋଇନଥାଏ । କାରଣ ଏହି ବଦଳୁଥିବା ଜୀବନଶୈଳୀ ଯୋଗୁଁ ସ୍ୱାସ୍ଥ୍ୟ ପ୍ରଭାବିତ । ଫଳରେ ସୁବବେଳେ ଶୀରରରେ କିଛି ନା କିଛି ପୋଷକ ତତ୍ତ୍ବ ର ଅଭାବ ରହିଥାଏ । ଭିଟାମିନ୍ ବି କମ୍ପେ୍ଲକ୍ସ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଅଟେ । ଭିଟାମିନ୍ ବି କମ୍ପେ୍ଲକ୍ସ ରେ ଭିଟାମିନ୍୍ ବି ୬ ରହିଛି । ଏହାକୁ ପାଇରୋଡକ୍ସିନ ମଧ୍ୟ କୁହାଯାଏ ।

ଭିଟାମିନ୍ ବି ୬ ମସ୍ତିଷ୍କକୁ ସୁସ୍ଥ ଏବଂ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଜାୟ ରଖିବାରେ ସହାୟକ ହୋଇଥାଏ । ଏହା ଶୀରରକୁ ଅନେକ ରୋଗ ଠାରୁ ବଞ୍ଚାଇଥାଏ । ତେବେ ନିକଟରେ ହୋଇଥିବା ଏବ ଅଧ୍ୟୟନରୁ ଜଣାପଡ଼ିଛି ଯେ ଭିଟାମିନ୍ ବି ୬ ପର୍ଯ୍ୟାପ୍ତ ପରିମାଣରେ କ୍ୟାନ୍ସର ଆଶଙ୍କାକୁ କମ୍ କରିଥାଏ । ତେବେ ଆସନ୍ତୁ ଜାଣିବା ଭିଟାମିନ୍ ବି ୬ ଦ୍ୱାରା ଶରୀରରେ କ’ଣ କ’ଣ ଫାଇଦା ଦେଖିବାକୁ ମିଳେ ।

ରକ୍ତରେ ଠିକ୍ ଭାବରେ ଭିଟାମନ୍ ବି ୬ ଠିକ୍ ମାତ୍ରାରେ ହେବା ଦ୍ୱାରା କ୍ୟାନ୍ସର ଆଶଙ୍କାକୁ କମ୍ ହୋଇଥାଏ । ତେବେ ଏହା କିପରି କ୍ୟାନ୍ସର ଆଶଙ୍କାକୁ କମ୍ କରିଥାଏ । କୁହାଯାଉଛି ଭିଟାମିନ୍ ବି ୬ ଆଣ୍ଟି ଇନଫ୍ଲେମେଟୋରୀ ହୋଇଥାଏ ଏଥିପାଇଁ ଏହା କ୍ୟାନ୍ସର ଅନେକ ପ୍ରକାରରୁ ଶରୀରକୁ ରକ୍ଷା କରିଥାଏ । ଭିଟାମିନ୍ ବି ୬ ରକ୍ତରେ ହୋମୋସାଇଟିନ୍ ର ସ୍ତରକୁ ବଜାୟ ରଖିଥାଏ । ହୋମୋସାଇଟିନ୍ ର ସ୍ତର ବଢ଼ିବା ଦ୍ୱାରା ହାର୍ଟ ଆଟାକ୍ ହେବାରେ ଆଶଙ୍କା ବଢ଼ିଥାଏ । ଭିଟାମିନ୍ ବି ୬ ର ମାତ୍ରା ଠିକ୍ ରହିବା ଦ୍ୱାରା ଧମନୀରେ ରକ୍ତ ପ୍ରବାହ ଠିକ୍ ଭାବରେ ହୋଇଥାଏ ।  ଫଳରେ ହାର୍ଟ ସମସ୍ୟା ତଥା ହାର୍ଟ ଆଟାକ୍ ହ୍ରାସ ପାଇଥାଏ । ଏହା ଛଡ଼ା ଭିଟାମିନ୍ ବି ୬ ମହିଳା ମାନଙ୍କ ପାଇଁ ମଧ୍ୟ ଅନେକ ଉପାଦେୟ ହୋଇଥାଏ ।

ଟୁନା ମାଛ, ସେଲମୋନ ମାଛ, କଦଳୀ, ପିସ୍ତା, ଗଜାମୁଗ,ଆଭୋକଡୋ, ମସୁର ଡାଲି, ଅଣ୍ଡା, ଅମୃତ ଭଣ୍ଡା, ସବୁଜ ପନିପରିବାରେ ଏହା ଅଧିକ ପରିମାଣରେ ରହିଛି ।

Get real time updates directly on you device, subscribe now.