fbpx

ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ୬ ମୃତ, ସାମ୍ନାକୁ ଆସିଲା Video

ନୂଆଦିଲ୍ଏୀ: ଉତ୍ତରାଖଣ୍ଡରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଥିରେ ପ୍ରାୟ ୬ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି କି, କେଦାରନାଥ ନିକଟ ଲିଞ୍ଚୋଲିଠାରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତୀର୍ଥଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ହେଲିକପ୍ଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ପାଇବା ପରେ ସେଠାରେ ପୋଲିସ ଓ ଏସଡିଆରଏଫ୍ ଟିମ୍ ପହଞ୍ଚିଛି ।

ସୂଚନା ମୁତାବକ, ହେଲିକପ୍ଟରରେ ମୋଟ ୬ ଜଣ ଥିବା ବେଳେ ଦୁର୍ଘଟଣା ପରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଗୁପ୍ତକାଶୀରୁ କେଦାରନାଥ ପର୍ଯ୍ୟନ୍ତ ଉଡ଼ାଣ ଭରିଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ ଯେ, ୨ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଓ ବଦ୍ରୀନାଥ ଗସ୍ତରେ ଯିବେ ।

ତେବେ ହେଲିକପ୍ଟରଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଅଧିକାରୀ ସ୍ତରରେ ଏହି ଦୁର୍ଘଟଣାକୁ ନେଇ କୌଣସି ସୂଚନା ଦିଆଯାଇନାହିଁ । ଏହି ଦୁର୍ଘଟଣା ଖରାପ ପାଣିପାଗ ଯୋଗୁଁ ହୋଇଛି ନା ଟେକ୍ନିକାଲ ଖରାପ ଯୋଗୁଁ ହୋଇଛି, ତାହାକୁ ନେଇ ଯାଞ୍ଚ ଚାଲିଛି । ଅନ୍ୟପଟେ ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଦେଖନ୍ତୁ…

Get real time updates directly on you device, subscribe now.