fbpx

(Video) ଅମରନାଥ ଯାତ୍ରାରେ ବିପଜ୍ଜନକ ଭାବେ ଲ୍ୟାଣ୍ଡିଂ କଲା ହେଲିକପ୍ଟର: ଯାଞ୍ଚ ପାଇଁ DGCAଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅମରନାଥ ଯାତ୍ରା ବାଟରେ ଯାଉଥିବା ଏକ ହେଲିକପ୍ଟରର ଲ୍ୟାଣ୍ଡିଂ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ହେଲିକପ୍ଟରଟି ବିପଜ୍ଜନକ ଭାବରେ ଲ୍ୟାଣ୍ଡିଂ କରୁଥିବା ଦେଖିବାକୁ ମିଳିଛି । ଭିଡିଓଟି ଅପଲୋଡ ହେବା ପରେ ତାହା ଭାଇରାଲ ହେବାରେ ଲାଗିଛି, ଯାହାଫଳରେ ଲୋକମାନଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ମାମଲାକୁ ଗୁରୁତ୍ୱର ସହ ନେଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିସିଏ ।

ସୂଚନା ଅନୁସାରେ, ଭାଇରାଲ ଭିଡିଓରେ ହେଲିକପ୍ଟର ଲ୍ୟାଣ୍ଡିଂର ଦୃଶ୍ୟ ଦେଖିବାକୁ ମିଳିଛି । ହେଲିକପ୍ଟରଟି ହେଲିକପ୍ଟରଟି ବଡ଼ ପଥର ଏବଂ ଖଚର ମଧ୍ୟରେ ଥିବା କଠିନ ଭୂମିରେ ଅବତରଣ କରୁଛି । କେବଳ ଏତିକି ନୁହେଁ, ହେଲିକପ୍ଟର ଅବତରଣ କରିବା ପୂର୍ବରୁ ସେଠାରେ ଯାଉଥିବା ଯାତ୍ରୀମାନଙ୍କ ମୁଣ୍ଡ ଉପରେ ବାରମ୍ବାର ଯାଉଥିବାର ଦେଖିବାକୁ ମିଳିଛି ।

ଏହି ସମୟରେ ଜଣେ ବ୍ୟକ୍ତି ସାଇଡ୍ ହୁଅ ବୋଲି ଚିକ୍ରାର କରୁଥିବା ଶୁଣିବାକୁ ମିଳିଛି । ଭିଡିଓରେ ହେଲିକପ୍ଟର ଲ୍ୟାଣ୍ଡିଂକୁ ଦେଖିଲେ ଲାଗୁଛି କି, ତାହା ଯେକୌଣସି ସମୟରେ ତଳକୁ ଖସି ପଡ଼ିବ । ଏହି ଘଟଣାଟି ଯାତ୍ରା ମାର୍ଗରେ ପଡୁଥିବା ମହୁଗୁଣା ନିକଟରେ ଘଟିଥିବା ଜଣାପଡିଛି । ଏପରି ଲ୍ୟାଣ୍ଡିଂ ଅତ୍ୟନ୍ତ ବିପଜ୍ଜନକ ହୋଇଥିବା ବେଳେ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.