fbpx

ପ୍ରାଣ ହରାଇଲା ଆଉ ଏକ ଦନ୍ତା ହାତୀ: ବାରହା ଜାଲରେ ଫସି ହାତୀର ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ ଆଉ ଏକ ହାତୀ ମୃତ୍ୟୁ ଘଟଣା ସାମନାକୁ ଆସିଛି । ସ୍ତାନୀୟ ଅସରଡା ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହେବା ନେଇ ସୂଚନା ମିଳିଛି । ବରହା ଶିକାର ପାଇଁ ବିଛାଯାଇଥିବା ଜାଲରେ ଫସି ପ୍ରାଣ ହରାଇଲା ହାତୀ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିବା ସହ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅସରଡା ଜଙ୍ଗଲରେ ଆଉ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ନେଇ ଜାଣିବାକୁ ମିଳିଛି । ବାରହା ଶିକାର କରିବା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ହାତୀର ମୃତ୍ୟୁ ହୋଇଛି । ଖବର ପାଇ ବନବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବାରମ୍ବାର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହାତୀ ମୃତ୍ୟୁ ଘଟଣାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର ।

ସେପଟେ ଗତକାଲି ହାଇକୋର୍ଟ ତରଫରୁ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ ଦିଆଯାଇଛି । ହାତୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଗୁଡିକ ଉପରେ ଜବାପ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ରାଜ୍ୟରେ ଲଗାତାର ଭାବରେ ହାତୀ ମୃତ୍ୟୁ ଘଟଣା ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.