fbpx

ମା’କୁ ହତ୍ୟା କଲା କୁଳାଙ୍ଗାର ପୁଅ: ଧାରୁଆ ଅସ୍ତ୍ରରେ ଜନ୍ମଦାତ୍ରୀକୁ ଦେଲା ମୃତ୍ୟୁଦଣ୍ଡ

କଟକ: ମା’ ଜନ୍ମଦାତ୍ରୀ । କେତେ କଷ୍ଟ ସହି ସନ୍ତାନକୁ ପୃଥିବୀକୁ ଆଣିଥାଏ ଗୋଟିଏ ମା’ । କିନ୍ତୁ ଅନେକ ସମୟରେ ଏହି ସନ୍ତାନମାନେ ମା’ର ତ୍ୟାଗକୁ ଭୁଲିଯାଆନ୍ତି । ଭୁଲିଯାଆନ୍ତି ମା’ର ସ୍ନେହ ଆଉ ଭଲ ପାଇବା । ଫଳରେ ଅନେକ ପ୍ରକାରର ଭୁଲ କରି ବସନ୍ତି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ମାହାଙ୍ଗା ଜିଲ୍ଲାରେ । ଧାରୁଆ ଅସ୍ତ୍ରରେ ମା’କୁ ହାଣି ହତ୍ୟା କରିଛି ପୁଅ ।

କଟକ ମାହାଙ୍ଗା ଅଞ୍ଚଳର ସୁକରପଡା ଗାଁରେ ଦେକିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଧାରୁଆ ଅସ୍ତ୍ରରେ ମା’କୁ ହାଣି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ତେବେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ମାମଲାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଘଟଣାସ୍ଥଳରେ ନିଶ୍ଚିତକୋଇଲି ପହଞ୍ଚିବା ସହ ତଦନ୍ତ କାର୍ଯ୍ୟ ଆରମ୍ଭ କରିିଛି । ତେବେ ମା’କୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଛି ଅଭିଯୁକ୍ତ ପୁଅ ଜିତେନ୍ଦ୍ର ସ୍ୱାଇଁ ।

Get real time updates directly on you device, subscribe now.