fbpx

ଜଗନ୍ନାଥଙ୍କ ଅଦ୍ଭୁତ ଲୀଳା! ନନ୍ଦିଘୋଷ ରଥ ଛାଡ଼ି ସବୁଆଡ଼େ ହେଲା ବର୍ଷା, ଦେଖନ୍ତୁ Video

ପୁରୀ(ଓଡ଼ିଶା ଭାସ୍କର): ଆଡ଼ପ ମଣ୍ଡପ ବିଜେ ଦିନ ନନ୍ଦିଘୋଷ ଛାଡ଼ି ଚାରିଆଡ଼େ ବର୍ଷା ହେଲା । ବିନା ବର୍ଷାରେ ରଥରୁ ଓହ୍ଲାଇଲେ ମହାପ୍ରଭୁ । ସବୁଆଡ଼େ ବର୍ଷା ହେଲା ହେଲେ ନନ୍ଦିଘୋଷରେ ବର୍ଷା ହେଲା ନାହିଁ । ରଥ ଉପରେ ପହଣ୍ଡି ବେଳେ ଭିଜିଲେନି ମହାପ୍ରଭୁ । ଜ୍ୱରରୁ ନଗଦରେ ଉଠିଛନ୍ତି କେମିତି ବା ଓଦା ହୋଇଥାନ୍ତେ । ଓଦା ହେଲେ ମହାପ୍ରଭୁ ପୁଣି ଥରେ ଜ୍ୱରରେ ପିଡ଼ିତ ହୋଇଥାନ୍ତେ । ସୁନ୍ଦର ଭାବରେ ଟାହିଆ କର୍ପୁର ମାଳ ତୁଳସୀ ମାଳରେ ବେଶ ହୋଇଥିବା କାଳିଆର ଅସୁନ୍ଦର ହୋଇଯାଇଥାନ୍ତେ । ସେଥିପାଇଁ ଇନ୍ଦ୍ର ଦେବତା ସବୁଆଡ଼େ ବର୍ଷା କଲେ ହେଲେ ନନ୍ଦିଘୋଷକୁ ଛାଡ଼ଦେଲେ । ବିନା ବର୍ଷା ରଥ ଉପରୁ ପହଣ୍ଡି ହୋଇ ଆସିଲେ ମହାପ୍ରଭୁ ।

ଚାଲିଥିଲା ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ । ଧାଡ଼ି ପହଣ୍ଡିରେ ଜନ୍ମବେଦୀକୁ ଯାଉଥିଲେ ଚତୁର୍ଧା ମୂରତି । ଶଙ୍ଖ ମୁର୍ଦଙ୍କ ହୁଳହୁଳିରେ ସରଧା ବାଲି ଫାଟି ପଡ଼ଥିଲା । ଏତିକି ବେଲେ ହୋଇଥିଲା ଅନର୍ଗଳ ବର୍ଷା । ପୁରା ଶ୍ରୀକ୍ଷେତ୍ର ଜଳମଗ୍ନ ହୋଇଥିଲା । ସମସ୍ତେ ବର୍ଷାରେ ଭିଜିଥିଲେ । ହେଲେ ରଥ ଉପରେ ପହଣ୍ଡି ହେଉଥିବା ସମୟରେ ଭିଜି ନଥିଲେ ମହାପ୍ରଭୁ । ଟିକେ ଏହି ଦୃଶ୍ୟକୁ ଭଲ ଭାବରେ ଦେଖନ୍ତୁ କେମିତି ଚାରିଆଡ଼େ ବର୍ଷା ହେଉଛି କେବଳ ନନ୍ଦିଘୋଷ ରଥକୁ ଛାଡ଼ିକି । ସମସ୍ତେ ଭିଜିଥିଲେ ହେଲେ ମହାପ୍ରଭୁ କାଳିଆ ସାଆନ୍ତ ବିନା ବର୍ଷାର ଛିଟାରେ ରଥ ଉପରୁ ପହଣ୍ଡି ହୋଇ ଆସିଥିଲେ । ମହାପ୍ରଭୁଙ୍କ ଏଭଳି ଅପୂର୍ବ ଲୀଳା ଆଡ଼ପ ମଣ୍ଡପ ବିଜେ ଦିନ ଦେଖିବାକୁ ମିଳିଥିଲା ।

ଏଭଳି ଦୃଶ୍ୟ ବୋଧ ହୁଏ ଆଗରୁ କେହି କେବେ ଦେଖି ନଥିବେ । ଭଗବାନଙ୍କ ଏଭଳି ଅପୂର୍ବ ଲୀଳା ବୋଧ ହୁଏ ଏ ଆଖି ପ୍ରଥମ ଥର ପାଇଁ ଦେଖୁଛି । ଆଡ଼ପ ମଣ୍ଡପ ବିଜେ ଦିନ ଏମିତି ଅନେକ ଅଲୌକିକ ଘଟଣା ଘଟିଥିଲା । ଯେମିତି କି ସେଦିନ ବିଜୁଳି ଘଡ଼ ଘଡ଼ି ମାରିଥିଲା ହେଲେ କାହାର କିଛି ବି କ୍ଷତି ହୋଇନଥିଲା ।

Get real time updates directly on you device, subscribe now.