fbpx

୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ନିଖୋଜ

ନୂଆଦିଲ୍ଲୀ: ୬ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ଏକ ବିମାନ ନିଖୋଜ ହୋଇଯାଇଛି । ମୋଟ ୬ ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ବିଦେଶୀ ନାଗରିକ ଥିଲେ । ସକାଳ ୧୦ଟା ୧୨ ମିନିଟ ସମୟରେ ମାନଗ ଏୟାର ହେଲିକପ୍ଟରର କୌଣସି ପତ୍ତା ମିଳିନଥିଲା । ହେଲିକପ୍ଟରଟି କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ତାହା ରାଡାରରୁ ଅଦୃଶ୍ୟ ହୋଇଯାଇଥିବା ରିପୋର୍ଟରୁ ଜଣାପଡ଼ିଛି ।

ସୂଚନା ମୁତାବକ, ୬ ଜଣଙ୍କୁ ନେଇ ଯାତ୍ରା କରୁଥିବା ବିମାନଟି ମାଉଣ୍ଟ ଏଭରେଷ୍ଟ ନିକଟରେ ନିଖୋଜ ହୋଇଯାଇଥିଲା । ହେଲିକପ୍ଟର ସହ ସମ୍ପର୍କ ଛିନ୍ନ ହେବା ପରେ ତା’ର ସନ୍ଧାନ କାର୍ଯ୍ୟ ଜାରି ରହିଛି । ସୂଚନା ଅଧିକାରୀଙ୍କ ଅନୁଯାୟୀ, ହେଲିକପ୍ଟରଟି ସୋଲେୁଖୁମ୍ବୁଠାରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା । ସକାଳ ପାଖାପାଖି ୧୦ଟା ସମୟରେ ନିୟନ୍ତ୍ରଣ ଟାୱାର ସହ ବିମାନର କୌଣସି ସମ୍ପର୍କ ରହିନଥିଲା ।

ସୂଚନାଯୋଗ୍ୟ ଯେ, ନିକଟରେ ନେପାଳରେ ଏକ ପ୍ଲେନ କ୍ରାସ ହୋଇଥିଲା । ଉକ୍ତ ଦୁର୍ଘଟଣାରେ ୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଗତ ଜାନୁଆରୀ ମାସରେ ଘଟିଥିବା ଏହି ଦୁର୍ଘଟଣାକୁ ନେପାଳର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା କୁହାଯାଉଛି । ୟେତି ଏୟାରଲାଇନ୍ସର ଉକ୍ତ ବିମାନ କାଠମାଣ୍ଡୁରୁ ପୋଖରା ଯାଉଥିଲା । ସେଥିରେ ୪ ଜଣ କ୍ରୁ ମେମ୍ବରଙ୍କ ସମେତ ୭୨ ଜଣ ଯାତ୍ରୀ ରହିଥିଲେ । ବିମାନଟି ସେତି ନଦୀରେ ଏକ ଖାଇରେ ଖସି ପଡ଼ିବାରୁ ସମସ୍ତଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.