ଡବଲ ମର୍ଡରରେ ବଡ଼ ଟ୍ରାଜେଡି… କାଠ ନାହିଁ ବୋଲି ହୋଇପାରୁନି ଶବଦାହ

ସୁନ୍ଦରଗଡ଼: ହେମଗିରି ଡବଲ ମର୍ଡର ଘଟଣାରେ ପ୍ରାଣ ହରାଇଥିବା ମା’ ଝିଅଙ୍କ ଶବଦାହ ବର୍ତ୍ତମାନ ସୁଦ୍ଧା ସରିପାରି ନାହିଁ ।
ଶବ ସେମିତି ରଖାଯାଇଛି ।

କାଠ ଅଭାବ ଯୋଗୁ ଏପ୍ରକାର ଅଭାବନୀୟ ଘଟଣା ଘଟିଛି ବୋଲି କୁହାଯାଉଛି । କାଠ ନ ଥିବା କାରଣରୁ ଶବ ସକ୍ରାର ହୋଇପାରୁ ନ ଥିବା ଅଭିଯୋଗ ହୋଇଛି ।

ଡିଏଫଓଙ୍କ ଘର ଆଗରେ ପରିବାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତକାଲି ତୁଗୁଲିଆରେ ମା’ ଝିଅଙ୍କୁ ହାଣି ସମ୍ପର୍କୀୟ ପୁତୁରା ହତ୍ୟା କରିଥିଲା ।