fbpx

ଆଗାମୀ ନିର୍ବାଚନ ପାଇଁ ହେମନ୍ତ ସୋରେନଙ୍କ ଆହ୍ୱାନ; ଝାଡଖଣ୍ଡରୁ ବିଜେପିକୁ ହଟେଇବାକୁ ଦେଲେ ଚେତାବନୀ

Advertisement

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନ ଶୁକ୍ରବାର କୋର୍ଟରୁ ଜାମିନ ପାଇଛନ୍ତି । ଏନେଇ ହେମନ୍ତ ଜେଏମଏମ ଦଳର ସମସ୍ତ କର୍ମୀମାନଙ୍କୁ ନେଇ ଝାଡଖଣ୍ଡର ଆଗାମୀ ବିଧାନସଭା ନିର୍ବାଚନ ସମ୍ପର୍କରେ ରାଞ୍ଚିରେ ଏକ ବୈଠକ କରିଥିଲେ । ସେ ବୈଠକରେ ତାଙ୍କର ଦଳୀୟ କର୍ମୀ ଏବଂ ସହେଯାଗୀଙ୍କୁ କହିଥିଲେ ଯେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଏଥର ବିଜେପିକୁ ହଟେଇବାକୁ ହେବ । ବିଜେପିକୁ ହଟେଇବାର ପାଇଁ ଆମକୁ ଶେଷ ସୁଯୋଗ ମିଳିଛି । ତେଣୁ ଆମର ସମସ୍ତ କର୍ମୀ ଏବଂ ଆଦିବାସୀ ସମାଜ ଏକଜୁଟ ହୋଇ ଝାଡଖଣ୍ଡରୁ ବିଜେପିକୁ ନିପାତ କରିବାର ସମୟ ଆସିଛି ।

ସୋରେନ କର୍ମୀମାନଙ୍କୁ କହିଛନ୍ତି ଯେ, ବିଜେପି ଏଠାରେ ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଚୟନ କରିବାକୁ ଚେଷ୍ଟା କରୁଛି । ଯଦି ଆପଣମାନେ ବିଜେପିକୁ ଚୟନ କରିବେ । ତେବେ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ରବର ଷ୍ଟାମ୍ପ ଭଳି ବ୍ୟବହାର କରିବେ । ସୋରେନ ନିଜର ଗିରଫଦାରୀକୁ ନେଇ ବିଜେପିକୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଡେରିରେ ହେଉ ପଛକେ ମୁଁ ପୁଣିଥରେ ଆପଣମାନଙ୍କ ପାଖରୁ ଫେରିଆସିଛି ।

ବିଜେପି ଏବେ ଦିନରେ ସ୍ୱପ୍ନ ଦେଖିବା ଆରମ୍ଭ କରୁଛି । ଝାଡଖଣ୍ଡରେ ଆଗୁଆ ନିର୍ବାଚନ ଥିବାରୁ ଏଥିପ୍ରତି ଆମେ ସମ୍ପୂର୍ଣ୍ଣ ଲଢିବାକୁ ପ୍ରସ୍ତୁତ ରହିଛୁ । ଏଥିସହ ଆମକୁ ସମ୍ପୂର୍ଣ୍ଣ ଝାଡଖଣ୍ଡର ଆଦିବାସୀମାନେ ଆମକୁ ସହେଯାଗ କରିବେ ବୋଲି ହେମନ୍ତ ସୋରେନ କହିଛନ୍ତି ।

Get real time updates directly on you device, subscribe now.