ଆଜି ଭାଙ୍ଗିବ ନନ୍ଦିଘୋଷ ରଥ, ସ୍ୱତନ୍ତ୍ର ବିମାନରେ ଆସିବେ ମହାଲକ୍ଷ୍ମୀ

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ଅଭିମାନ କରି ଆଜି ମହାଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ରଥ ।

ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ଶରଧାବାଲି ଯିବେ ମା’ ଲକ୍ଷ୍ମୀ । ରଥଯାତ୍ରାରେ ରତ୍ନବେଦୀ ଛାଡ଼ି ଜନ୍ମବେଦୀରେ ବିରାଜମାନ ଅଛନ୍ତି ଶ୍ରୀଜିଉ ।

ରଥଯାତ୍ରାର ୫ମ ଦିନ ହେରାପଞ୍ଚମୀ ଭାବେ ପାଳନ କରାଯାଏ । ମା’ ଲକ୍ଷ୍ମୀଙ୍କୁ ନ ନେଇ ଜଗନ୍ନାଥ ଭାଇ , ଭଉଣଈଙ୍କୁ ନେଇ ମାଉସୀ ଘର ଚାଲିଆସିବା କାରଣରୁ ଲକ୍ଷ୍ମୀ ରାଗିଯାଇ ରଥ ଭାଙ୍ଗିବାର ବିଧି ରହିଛି ।