fbpx

କମିଯିବ ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି, କେବଳ ଡାଏଟ ପ୍ଲାନରେ ସାମିଲ କରନ୍ତୁ ଏହି ହର୍ବାଲ ଡ୍ରିଙ୍କ

ଓଡ଼ିଶା ଭାସ୍କର: ଓଜନ ହ୍ରାସ କରିବା ପାଇଁ ଆପଣଙ୍କୁ ନିଜ ୱାର୍କଆଉଟ ରୁଟିନ ଏବଂ ଡାଏଟ ପ୍ଲାନ ମଧ୍ୟରେ ବାଲାନ୍ସ ରଖିବା ପାଇଁ ଚେଷ୍ଟା କରିବା ଆବଶ୍ୟକ। ଆପଣ ଏପରି ହର୍ବାଲ ଡ୍ରିଙ୍କ ବିଷୟରେ ଜାଣିଛନ୍ତି କି, ଯାହା ଆପଣଙ୍କୁ ଓଜନ ହ୍ରାସ କରିବାରେ ଅତ୍ୟନ୍ତ ସାହାଯ୍ୟ କରିବ? ଏରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବିକୁ ହ୍ରାସ କରିବା ପାଇଁ ଏହିନେଚୁରାଲ ଡ୍ରିଙ୍କ ଲାଭଦାୟକ ହେବ। ଆସନ୍ତୁ ଏହି ଡ୍ରିଙ୍କକୁ ଡାଏଟ ପ୍ଲାନରେ ସାମିଲ କରିବା ବିଷୟରେ ଜାଣିବା..

ମହୁ ଏବଂ ଲେମ୍ବୁ ପାଣି: ଲେମ୍ବୁ ପାଣିରେ ମିଳୁଥିବା ଭିଟାମିନ ‘ସି’ ର ମାତ୍ରା ଏବଂ ମହୁରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କ ମେଟାବଲିଜିମକୁ ବୁଷ୍ଟ କରିବାରେ ସାହାଯ୍ୟ କରିବ। ଯଦି ଆପଣଙ୍କ ଶରୀରର ମେଟାବଲିଜିମ ବଢିବ, ତେବେ ଆପଣ ଖୁବ ଶିଘ୍ର ଓଜନ ହ୍ରାସ କରିପାରିବେ। ଏହି ଡ୍ରିଙ୍କକୁ ତିଆରି କରିବା ପାଇଁ ଆପଣଙ୍କୁ ଲେମ୍ବୁ ପାଣିରେ ମହୁ ମିକ୍ସ କରି ପିଇବା ଆବଶ୍ୟକ।

କେତେବେଳେ ପିଇବେ: ଓଜନ ହ୍ରାସ ପାଇଁ ଆପଣଙ୍କୁ ଏହି ନେଚୁରାଲ ଡ୍ରିଙ୍କକୁ ନିଜ ଡାଏଟ ପ୍ଲାନରେ ସାମିଲ କରିବା ନିହାତି ଆବଶ୍ୟକ। ଏହି ପାନୀୟକୁ ଆପଣ ରାତ୍ରଭୋଜନ ପରେ ପିଇବା ଆବଶ୍ୟକ। ଯଦି ଆପଣ ପ୍ରକୃତରେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଏହି ଡ୍ରିଙ୍କୁ ସଠିକ ସମୟରେ ଏବଂ ସବୁଦିନ ପିଇବା ଆବଶ୍ୟକ। ଆପଣଙ୍କୁ କିଛି ସମୟ ମଧ୍ୟରେ ଏହାର ରେଜଲ୍ଟ ମିଳିଯିବ।

ଏହି ହର୍ବାଲ ଡ୍ରିଙ୍କ ସାହାଯ୍ୟରେ ଆପଣ ବଢିଥିବା ଓଜନକୁ କଣ୍ଟ୍ରୋଲ କରିପାରିବେ। ଏତିକି ନୁହେଁ ଏହି ଡ୍ରିଙ୍କକୁ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ଟକ୍ସିନ୍ସ ମଧ୍ୟ ରିଲିଜ ହୋଇପାରିବ। ଏଥିସହ ଲେମ୍ବୁ ପାଣି ଏବଂ ମହୁ ମିଶିଥିବା ଡ୍ରିଙ୍କ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।

Get real time updates directly on you device, subscribe now.