fbpx

ଆସିଲା ଏନଆଇଆରଏଫ ରାଙ୍କି ଫ୍ରେମୱାର୍କ: ଆସନ୍ତୁ ଜାଣିବା କେଉଁ ଅନୁଷ୍ଠାନ କେଉଁ ସ୍ଥାନରେ ପହଞ୍ଚିଛି

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଏନଆଇଆରଏଫର ଭିନ୍ନ ବର୍ଗରେ ସମ୍ମାନଜନକ ରାଙ୍କିଂ ତାଲିକା । ସୋଆ ଓଭରଅଲ୍ ଇଣ୍ଡିଆ ରାଙ୍କିଂ ଓ ଇଣ୍ଡିଆନ ୟୁନିଭରସିଟି ରାଙ୍କିଂ ଭଳି ଦୁଇଟି ବର୍ଗରେ ଓଡିଶାର ପ୍ରମୁଖ ଅନୁଷ୍ଠାନ ଭାବରେ ମାନ୍ୟତା ପାଇଛି।

ସେହିପରି ଇଞ୍ଜିନିୟରିଂରେ ଭାରତୀୟ ରାଙ୍କିଂ ଅନୁଯାୟୀ, ଶ୍ରେଷ୍ଠ ୨୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଏନଆଇଟି ରାଉରକେଲା ରହିଛି। ୬୩.୩୮ ସ୍କୋର ସହିତ ଏନଆଇଟି ରାଉରକେଲା ୧୯ତମ ସ୍ଥାନରେ ରହିଛି। ଆର୍କିଟେକ୍ଟର ଏବଂ ପ୍ଲାନିଂ ରାଙ୍କିଂରେ ଏନଆଇଟି ରାଉରକେଲା ଶ୍ରେଷ୍ଠ ୧୦ ମଧ୍ୟରେ ଅଛି। ୬୪.୮୮ ସ୍କୋର ସହିତ ଏହି ଅନୁଷ୍ଠାନ ୯ ନମ୍ବରରେ ରହିଛି। ୬୦.୯୭ ସ୍କୋର ସହିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ୨୬ ତମ ସ୍ଥାନରେ ଅଛି। ଏହି ନୋଟିସ୍ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମୱାର୍କ ପକ୍ଷରୁ ଜାରି କରାଯାଇଛି ।

Get real time updates directly on you device, subscribe now.