fbpx
BSKY
BJD MC SKY
BJD MS SKY

(VIDEO) ଦୁନିଆର ଅଜବ ଦେଶ; ଯେଉଁଠାରେ ପ୍ରସବ ସମୟରେ ମହିଳାଙ୍କୁ କାନ୍ଦିବା ମନା

ନାଇଜେରିଆ: ଜଣେ ମହିଳା ମା ହେବା ତା ଜୀବନର ସବୁଠାରୁ ବଡ ଖୁସି ଏବଂ ଆନନ୍ଦର ମୁହୂର୍ତ୍ତ ହୋଇଥାଏ । କାରଣ ଜଣେ ମା ହିଁ ସନ୍ତାନକୁ ଜନ୍ମଦେବାର ଅପୂର୍ବ ଖୁସିକୁ ବୁଝିପାରେ । ଏଥିପାଇଁ ତାକୁ ଅନେକ କଷ୍ଟ, ଯନ୍ତ୍ରଣା ଏବଂ ବେଦନା ସହିବାକୁ ପଡିଥାଏ । ଯାହାକୁ  ସେ ହସି ହସି ସହିଯାଏ । କିନ୍ତୁ ପ୍ରସବ ସମୟରେ ଜଣେ ମହିଳା ତାର କଷ୍ଟ ଯନ୍ତ୍ରଣାକୁ ଲୁଚାଇ ରଖିପାରେ ନାହିଁ ଫଳରେ ଚିତ୍କାର କରି କାନ୍ଦିଥାଏ । ଯାହାକି ଏକ ସାଧାରଣ କଥା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏମିତି ବି ଦେଶ ଅଛି ଯେଉଁଠାରେ ପ୍ରସବ ସମୟରେ ମହିଳାମାନଙ୍କୁ କାନ୍ଦିବା ଏବଂ ଚିତ୍କାର କରିବାକୁ ବାରଣ କରାଯାଇଥାଏ । ଏଥିସହିତ ଏହା ଉପରେ କଟଣା ମଧ୍ୟ ଲଗାଯାଇଛି । ଯାହାକୁ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ଏବଂ ଚକିତ ହୋଇଯାଉଛି । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଦେଶ ବିଷୟରେ…

ତେବେ ମିଳିଥିବା ସୂଚନା ଅନୁଯାୟୀ, ନାଇଜେରିଆରେ ଏପରି ଏକ ସ୍ଥାନ ଅଛି, ଯେଉଁଠାରେ ପ୍ରସବ ସମୟରେ ମହିଳାମାନଙ୍କୁ କାନ୍ଦିବା ଏବଂ ଚିତ୍କାର କରିବାକୁ ବାରଣ କରାଯାଏ । ଏହା ସେଠାକାର ପରମ୍ପରା ବୋଲି ବିବେଚନା ମଧ୍ୟ କରାଯାଏ । ତେବେ ନାଇଜେରିାର ହୌସା ସମୁଦାୟର ଲୋକମାନେ ପ୍ରସବ ସମୟରେ ମହିଳାମାନଙ୍କୁ ଚିତ୍କାର କରିବାକୁ ବାରଣ କରିଥାନ୍ତି । ଏହା ସେମାନଙ୍କ ସମୁଦାୟର ପରମ୍ପରା ବୋଲି କୁହାଯାଏ । ଏହି ଘଟଣାକୁ ନେଇ ନାଇଜେରିଆର ମୋଫୋଲୁବାକେ ଜୋନ୍ସ ତାଙ୍କ ନିଜ ଜୀବନର ଅବିଜ୍ଞତା ବିଷୟରେ କହିଛନ୍ତି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ମୋଫୋଲୁବାକେ ଜୋନ୍ସ ଦୁଇଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ସେ ତାଙ୍କ ପ୍ରଥମ ସନ୍ତାନକୁ ନାଇଜେରିଆରେ ଜନ୍ମ ଦେଇଥିଲେ । ଫଳରେ ସେଠାରେ ସନ୍ତାନ ଜନ୍ମ ହେଲା ସମୟରେ ତାଙ୍କୁ କାନ୍ଦିବାକୁ ବାରଣ କରାଯାଇଥିଲା । ଯାହାକି ସେ ଦେଶର ନିୟମ ବେଲି କୁହାଯାଇଥିଲା । ତେବେ ସେଠିକାର ନିୟମ ଅନୁସାରେ ଜଣେ ମହିଳା ସନ୍ତାନକୁ ଜନ୍ମ ଦେବାବେଳେ ସେମାନଙ୍କୁ କାନ୍ଦିବାକୁ ମନା କରାଯାଏ । କାରଣ ଇସାଇ ଧର୍ମରେ ଇଶ୍ୱରଙ୍କ ପ୍ରତି ଅବଂଗ୍ୟା କରିଥିବାରୁ ମହିଳାଙ୍କୁ ଏପରି କଷ୍ଟ ସଜା ଆକାରରେ ମିଳିଥାଏ । ଏଠାରେ ଖୁବ୍ କମ୍ ବୟସରୁ ଝିଅ ମାନଙ୍କୁ ଶିକ୍ଷା ଦିଆଯାଇଥାଏ କି ପ୍ରସବ ସମୟରେ ଡରିବା , କାନ୍ଦିବା ଅତ୍ୟନ୍ତ ନିନ୍ଦନୀୟ । ଏପରିକି ଯେଉଁ ମହିଳା ପ୍ରସବ ସମୟରେ ଯେତେ କଷ୍ଟ ସହିପାରିବ , ସେ ମହିଳା ସେତେ ସକ୍ଷମ ବୋଲି ଗ୍ରହଣ କରାଯାଇଥାଏ ।

Get real time updates directly on you device, subscribe now.