fbpx
BJD SKY
BJD SKY

Video: ନିଜ ଜୀବନକୁ ବାଜିରେ ଲଗାଇ କୁକୁରକୁ ଉଦ୍ଧାର କଲେ ବ୍ୟକ୍ତି; ଭାଇରାଲ ହେଉଛି ଭିଡିଓ

BJD

ନୂଆଦିଲ୍ଲୀ: ଇଣ୍ଟରନେଟରେ ଆମେ ପ୍ରତିଦିନ ଏକରୁ ଅଧିକ ଭିଡିଓ ଦେଖିବାକୁ ପାଇଥାଉ । ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ହୃଦୟକୁ ଖୁସି କରୁଥିବାବେଳେ କିଛି ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଡ୍ୟାମରେ ଫସି ରହିଥିବା ଏକ କୁକୁରକୁ ବଞ୍ଚାଇବା ପାଇଁ ନିଜ ଜୀବନ ବାଜିରେ ଲଗାଇଥିବା ଦେଖିବାକୁ ମିଳିଛି । ଭିଡିଓ ଦେଖିବା ପରେ ୟୁଜର୍ସମାନେ ଉକ୍ତ ବ୍ୟକ୍ତିଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଲିଛି ଯେ କୁକୁରଟି କିପରି ଡ୍ୟାମରେ ଫସିଯାଇଛି ଏବଂ ଆସୁଥିବା ଲହରୀରେ ଘେରି ରହିଛି । ଏହି ସମୟରେ ଜଣେ ବ୍ୟକ୍ତି କୁକୁରକୁ ବଞ୍ଚାଇବା ପାଇଁ ଦଉଡି ଧରି ତଳକୁ ଯାଇଥିବାର ଦେଖାଯାଇଛି । କୁକୁରକୁ ବିପଦରୁ ବାହାର କରିବା ପାଇଁ, ବ୍ୟକ୍ତି ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଇ ନାହାନ୍ତି ଏବଂ ବହୁ ଚେଷ୍ଟା ପରେ କୁକୁରକୁ ବଞ୍ଚାଇବାରେ ସଫଳ ହୋଇଥିବା ଦେଖାଯାଇଛି । ଭିଡିଓରେ, ଅନ୍ୟ କେତେ ଜଣ ମଧ୍ୟ ହାତରେ ଏକ ଦଉଡ଼ି ସହିତ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ପରେ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ଜଣଙ୍କ କୌଣସି ପ୍ରକାରେ ଫସି ରହିଥିବା କୁକୁରକୁ ଉଦ୍ଧାର କରିଛନ୍ତି ।

 

ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ‘ଗୁଲଜାର ସାହାବ’ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡିଓ ସେୟାର କରି କ୍ୟାପସନରେ ଲେଖା ଯାଇଛି ଯେ, ‘ଆପଣଙ୍କ ଡିଗ୍ରୀ କେବଳ ଏକ କାଗଜ ଖଣ୍ଡ, ଆପଣଙ୍କର ପ୍ରକୃତ ଶିକ୍ଷା ଆପଣଙ୍କର ଆଚରଣରେ ପ୍ରତିଫଳିତ ହୋଇଥାଏ ।’ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୪୧.୬ ହଜାର ଭ୍ୟୁ ମିଳିଥିବାବେଳେ ୭,୦୦୦ ରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ୍ କରିଛନ୍ତି । ଭିଡିଓ ଦେଖିବା ପରେ ଉପଭୋକ୍ତାମାନେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

Get real time updates directly on you device, subscribe now.