fbpx

ଏଠାରେ ୫ ଲିଟର୍ ପାଣି ବୋତଲ ପାଇଁ ଦେବାକୁ ପଡ଼େ ୭୪ ଲକ୍ଷ

ନୂଆଦିଲ୍ଲୀ: ଭେନେଜୁଏଲାରେ ଦରବୃଦ୍ଧି ସବୁ ରେକର୍ଡ ପାର୍ କରିଛି । ଯାହାଫଳରେ ବୋଲୀଭର୍ ର ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି । ଏଠାରେ ୫ ଲିଟର ପାଣିର ମୂଲ୍ୟ ଗୁରୁବାର ୭୪ ଲକ୍ଷ ଟଙ୍କା ହୋଇଯାଇଛି । ଅର୍ଥାତ୍ ୧.୮୪ ଆମେରିକା ଡଲାର୍ ହୋଇଯାଇଛି । ଏଠାରେ ଭାରତୀୟ ମୂଦ୍ରା ୧ ଟଙ୍କାର ମୁଲ୍ୟ ୫୪,୪୨୭ ବୋଲିଭର୍ ସହିତ ସମାନ । ଅର୍ଥାତ୍ ୫ ଲିଟର୍ ପାଣି ପାଇଁ ୧୩୫.୯୬ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଜାଣିଥାନ୍ତୁ ଯେ, ଦୁନିଆରେ ସବୁଠାରୁ ଶସ୍ତା ପେଟ୍ରୋଲ୍ ଭେନେଜୁଏଲାରେ ମିଳିଥାଏ । ଏଠାରେ ୧ ଲିଟର୍ ପେଟ୍ରୋଲ୍ ର ଦାମ୍ ଭାରତୀୟ ମୂଦ୍ରାରେ କେବଳ ୧ ଟଙ୍କା ୪୮ ପଇସା । ହେଲେ ଏଠାକାର ଲୋକଙ୍କ ପାଇଁ ୧ଟଙ୍କା ୪୮ ପଇସା କୌଣସି ପାହାଡ଼ ଠାରୁ କମ୍ ନୁହେଁ ।

ଦକ୍ଷିଣ ଆମେରିକୀ ଦେଶ ଭେନେଜୁଏଲା କହିଛନ୍ତି ଯେ, ଏହାର ନୂତନ ମୁଦ୍ରା ବ୍ୟବସ୍ଥା ଅନୁଯାୟୀ ବର୍ତ୍ତମାନ ୧୦ ଲକ୍ଷ ବୋଲୀଭର୍ ର ମୂଲ୍ୟ ଏକ ବୋଲୀଭର୍ ହୋଇଯିବ । ଏହାର କାରଣ ହେଉଛି ଦ୍ରୁତ ଗତିରେ ବଢ଼ୁଥିବା ଦରଦାମ୍ । ତେବେ ଏଠାରେ ନୂତନ ମୂଦ୍ରା ବ୍ୟବସ୍ଥା ଅଧୀନରେ ୧୦୦ ବୋଲୀଭର୍ ସବୁଠାରୁ ବଡ଼ ନୋଟ୍ ହୋଇଯିବ । ଏବଂ ଏହାର ମୂଲ୍ୟ ବର୍ତ୍ତମାନ ୧୦ କୋଟି ବୋଲିଭର୍ ସହିତ ସମାନ ହେବ । ସେହିପରି ଅନ୍ୟପଟେ ଦରଦାମ୍ ବଢ଼ୁଥବା ବେଳେ ସେଠାକାର ଖାଦ୍ୟ ପଦାର୍ଥର ଦାମ୍ ବି ବଢ଼ିବାରେ ଲାଗିଛି । ଫଳସ୍ୱରୂପ ଲୋକ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Get real time updates directly on you device, subscribe now.