fbpx

ବିବାହ ପୂର୍ବରୁ ରୋଗକୁ ଲୁଚାଇବା ହେଉଛି ଧୋକା, ଭାଙ୍ଗିଯାଇପାରେ ବିବାହ: ହାଇକୋର୍ଟ

ନୂଆଦିଲ୍ଲୀ: ଭାରତରେ ବିବାହ ପରମ୍ପରା ଆଦିକୁ ଅଧିକ ସମ୍ମାନ ଦିଆଯାଇଥାଏ । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ କୋର୍ଟ ଏକ ମାମଲାର ସାମଧାନ କରିବାକୁ ଯାଇ କହିଛନ୍ତି ଯେ, ବିବାହ ସମ୍ବନ୍ଧ ଗଢ଼ିଉଠିବା ପୂର୍ବରୁ କୌଣସି ପକ୍ଷରୁ ରୋଗବ୍ୟାଧିକୁ ଲୁଚାଇବା ଧୋକା ହୋଇଥାଏ ଓ ଏହି କାରଣରୁ ବିବାହ ଭାଙ୍ଗି ମଧ୍ୟ ଯାଇପାରେ । ଏକ ପାରିବାରିକ କୋର୍ଟର ରାୟକୁ ରଦ୍ଦ କରି ଦିଲ୍ଲୀ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ବିବାହକୁ ଖାରଜ କରିବାକୁ ଆଦେଶ ଜାରି କରିଛନ୍ତି ।

ଜଷ୍ଟିସ୍ ବିପିନ୍ ସାଙ୍ଘୀ ଓ ଜସମିତ୍ ସିଂହଙ୍କ ପୀଠ ବିବାହକୁ ରଦ୍ଦ କରି କହିଛନ୍ତି ଯେ, କୌଣସି ବି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏଥିରେ ତାଙ୍କର କୌଣସି ଭୁଲ ନାହିଁ । ଏହି ମାମଲାରେ ଯୁବତୀ ଜଣକ ଅସୁସ୍ଥ ଥିଲେ । ତାଙ୍କ ଚିକିତ୍ସା ଜାରି ରହିଥିଲା । ଅଦାଲତ କହିଛନ୍ତି ଯେ, ମହିଳା ସ୍ୱୀକାର କରିଛନ୍ତି ଯେ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହେଉଥିଲା ଓ ତାଙ୍କ ପାଠପଢ଼ା ବନ୍ଦ ହୋଇଯାଇଥିଲା ।

ହାଇକୋର୍ଟ କହିଛନ୍ତି ଯେ, ମୁଣ୍ଡବିନ୍ଧା ହେବା କୌଣସି ରୋଗ ନୁହେଁ । ଏହା ଏକ ରୋଗର ଲକ୍ଷଣ । ମହିଳା ଜଣକ କହିନଥିଲେ ଯେ, ତାଙ୍କର କେଉଁ କାରଣରୁ ଲଗାତର ଭାବରେ ଓ ଗମ୍ଭୀର ରୂପେ ମୁଣ୍ଡବିନ୍ଧା ହେଉଛି । ଯେଉଁଥିପାଇଁ ପାଠ ପଢ଼ା ଛାଡ଼ିବାକୁ ପଡ଼ିଲା । ପୀଠ କହିଛନ୍ତି ଯେ, ମାନସିକ ବିକାର ଦ୍ୱାରା ପୀଡ଼ିତଙ୍କ ଶିଶୁ ଉପରେ ଏହାର ପ୍ରଭାବ ପଡ଼ିପାରେ । ତେବେ ମହିଳା ଓ ତାଙ୍କ ପରିବାର ରୋଗକୁ ଲୁଚାଇବାରୁ ଉକ୍ତ ବ୍ୟକ୍ତିଙ୍କ ଜୀବନ ବର୍ବାଦ୍ ହୋଇଗଲା । ଯେଉଁ ବର୍ଷରେ ସେ ବୈବାହିକ ଆନନ୍ଦ ଓ ସୁଖର ଭୋଗ କରିଥାନ୍ତେ ତାହା ନଷ୍ଟ ହୋଇଗଲା । ପୀଠ ମହିଳାଙ୍କ ଆବେଦନକୁ ଖାରଜ କରି ତାଙ୍କ ଉପରେ ୧୦ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି ।

ସୂଚନାଯୋଗ୍ୟ ଯେ, ମହିଳାଙ୍କ ସ୍ୱାମୀଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନରେ ସେ କହିଛନ୍ତି ଯେ, ତାଙ୍କ ବିବାହ ୨୦୦୫ ଡିସେମ୍ବର ୧୦ ତାରିଖରେ ହୋଇଥିଲା । ତାଙ୍କ ଶ୍ୱଶୁର ଘର ପକ୍ଷରୁ ମହିଳାଙ୍କ ରୋଗ ସମ୍ପର୍କରେ ଲୁଚାଇ ରଖି ଧୋକା ଦେଇଥିଲେ । ମହିଳା ଜଣକ ବିବାହ ପୂର୍ବରୁ ଓ ପରେ ଆକ୍ୟୁଟ ସିଜୋଫ୍ରୋନିଆରେ ପୀଡ଼ିତ ଥିଲେ । ତେଣୁ ମହିଳା ଜଣକ ବିବାହ ପରେ ଘରେ ଓ ବାସର ରାତିରେ ଅସାମାନ୍ୟ ବ୍ୟବହାର କରିଥିଲେ । ଏହିପରି କିଛି ଚାଲିବା ପରେ ଡାକ୍ତରଙ୍କୁ ଦେଖାଇବାରୁ କଥା ସାମନାକୁ ଆସିଥିଲା ।

Get real time updates directly on you device, subscribe now.