ଭୁବନେଶ୍ୱର: ପୁରୀରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ଜଗନ୍ନାଥ ଧାମରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।
ଜଗନ୍ନାଥ ମନ୍ଦିର ବ୍ୟତୀତ ସହର ସାରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ସାମ୍ନାରେ ପୋଲିସ ଛାଉଣି ରହିଥିବାବେଳେ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶରେ ମଧ୍ୟ ଯାଞ୍ଚ କରାଯାଉଛି ।
ବିଭିନ୍ନ ସ୍ଥାନରେ ନାକାବନ୍ଦୀ ଜାରି ରହିଛି । ହୋଟେଲ ଏବଂ ଲଜରେ ପୋଲିସର ଯାଞ୍ଚ ପ୍ରକ୍ରିୟା ଜାରି ।
ଭାରତ ପାକିସ୍ତାନ ଯୁଦ୍ଧ ପାଇଁ ସହରରେ ହାଇ ଆଲର୍ଟ ଜାରୀ ରହିଛି । ସୀମାରେ ଉଭୟ ପାକିସ୍ତାନ ଓ ଭାରତୀୟ ସେନା ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।