fbpx

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ କଲେ ହାଇକୋର୍ଟ

କଟକ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ଆଜି ରଦ୍ଦ କରିଛନ୍ତି ହାଇକୋର୍ଟ । ଦାୟର ସମସ୍ତ ମାମଲାର ଶୁଣାଣି କରି ରଦ୍ଦ କରିଛନ୍ତି ହାଇକୋର୍ଟ । ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସି ସାରିଥିବାରୁ ଏହାକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ଏହା ଏକ ଜନସ୍ୱାର୍ଥ ମାମଲା ନୁହେଁ ବୋଲି ଦର୍ଶାଇବା ସହ ଏଥିରେ ଆଉ କିଛି ପ୍ରାସଙ୍ଗିକତା ନଥିବା ହାଇକୋର୍ଟ କହିଛନ୍ତି ।

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ ପାଇଁ ହୋଇଥିବା ଆବେଦନକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ । ଉଭୟ ଆବେଦନକାରୀଙ୍କ ୨ଟି ସ୍ୱତନ୍ତ୍ର ଲିଭ୍ ପିଟିସନକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ । ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ଆବେଦନ ରଦ୍ଦ କରାଯାଇଥିଲା । ଏହା ସହ ମାମଲା ରଦ୍ଦ ସହ ଉଭୟଙ୍କ ପିଟିସନରଙ୍କ ଉପରେ ଜରିମାନା ମଧ୍ୟ ଲଗାଯାଇଛି । ଉଭୟ ପିଟିସନରଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ବହୁମୂଲ୍ୟ ସମୟ ଅଯଥା ନଷ୍ଟ କରିଥିବା ଏହି ଜରିମାନା ଲଗାଯାଇଛି ।

Get real time updates directly on you device, subscribe now.