fbpx
BJD SKY
BJD SKY

‘ଲିଭ-ଇନ୍’ରେ ରହୁଥିବା ମହିଳାଙ୍କ ଉପରେ ଜରିମାନା ଲଗାଇଲେ ହାଇକୋର୍ଟ: କହିଲେ- ‘ସମାଜ ଏହାକୁ ଗ୍ରହଣ କରେନି’

BJD

ନୂଆଦିଲ୍ଲୀ: ‘ଲିଭ୍-ଇନ୍’ ରିଲେସନସିପକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଳଟିଛି । ଜଣେ ବିବାହିତ ମହିଳା ଅନ୍ୟ ସହ ‘ଲିଭ-ଇନ’ରେ ରହୁଥିବାକୁ ନେଇ କୋର୍ଟ ରାୟ ଶୁଣାଇଛନ୍ତି । ଏହି ମାମଲାରେ କୋର୍ଟ ଲିଭ-ଇନରେ ରହୁଥିବା ମହିଳା ଓ ତାଙ୍କ ପ୍ରେମିକ ଉପରେ ୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ଏହା ସହ କୋର୍ଟ ସେମାନଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ରୋକଠୋକ୍ ମନା କରିଦେଇଛନ୍ତି ।

ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଅବୈଧ ସମ୍ପର୍କ ଉପରେ ହାଇକୋର୍ଟଙ୍କ ଷ୍ଟାମ୍ପ ବ୍ୟତୀତ ଆଉ କିଛି ନୁହେଁ । ଆବେଦନକାରୀ ମହିଳା ଏବଂ ତାଙ୍କ ଲିଭ୍-ଇନ୍ ପାର୍ଟନରଙ୍କ ଉପରେ କୋର୍ଟ ପାଞ୍ଚ ହଜାର ଟଙ୍କା ଜରିମାନା ଲଗାଇଛନ୍ତିି । ଆବେଦନକାରୀ ସୁନୀତା ଦେବୀଙ୍କ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଥିଲା । ଯେଉଁଥିରେ କୋର୍ଟ କହିଛନ୍ତି ଯେ, ଦେଶ ସମ୍ବିଧାନ ଦ୍ୱାରା ଚାଲିଥାଏ ।

ଏହା ସହ କୋର୍ଟ କହିଛନ୍ତି ଯେ, ‘ଲିଭ୍-ଇନ୍’କୁ ଅନୁମତି ଦିଆଯାଇଛି, କିନ୍ତୁ ଆବେଦନକାରୀଙ୍କ ମାମଲାରେ ତାଙ୍କୁ ସ୍ୱାମୀ-ସ୍ତ୍ରୀ କୁହାଯାଇ ପାରିବ ନାହିଁ । ସେମାନେ ବିଭିନ୍ନ ସାମାଜିକ ନୈତିକତା ବିପରୀତ ଲିଭ୍-ଇନ୍ ସମ୍ପର୍କରେ ବାସ କରୁଛନ୍ତି । ଅବଶ୍ୟ କୋର୍ଟ ସମାନ ଲିଙ୍ଗର ଲୋକଙ୍କ ସହ ରହିବାର ଅଧିକାରକୁ ବିଚାର କରୁଛନ୍ତି, କିନ୍ତୁ ଭାରତୀୟ ସମାଜ ଲିଭ୍-ଇନ ସମ୍ପର୍କକୁ ଗ୍ରହଣ କରେ ନାହିଁ । ତେଣୁ କୋର୍ଟ ବେଆଇନତାକୁ ଅନୁମତି ଦେଇ ପାରିବେ ନାହିଁ ।

ତେବେ କୁହାଯାଉଛି ଯେ, ଆବେଦନକାରୀ ସ୍ୱାମୀଙ୍କ ଘରୁ ପଳାଇଛନ୍ତି ଓ ଲିଭ-ଇନ ପାର୍ଟନରଙ୍କ ସହ ରହୁଛନ୍ତି । ମହିଳା ଓ ଲିଭ-ଇନ ପାର୍ଟନରଙ୍କୁ ଏକ ସନ୍ତାନ ମଧ୍ୟ ଅଛି ।

Get real time updates directly on you device, subscribe now.