fbpx

୭୫ ଦେଶକୁ ବ୍ୟାପିଲା ମଙ୍କିପକ୍ସ, Homosexual ସବୁଠୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ସମଗ୍ର ଦୁନିଆରେ ଦ୍ରୁତ ଗତିରେ ବ୍ୟାପୁଥିବା ମଙ୍କିପକ୍ସକୁ ନେଇ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ବିଶ୍ଵ ସ୍ଵାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିଛି। ହୁର ମହାନିର୍ଦ୍ଦେଶକ ଡ.ଟେଡ୍ରୋସ ଆଡନମ ଘେବ୍ରେୟସସ କହିଛନ୍ତି, ମଙ୍କିପକ୍ସର ପ୍ରକୋପ ଅନ୍ତର୍ଜାତୀୟସ୍ତରରେ ଚିନ୍ତାର ବିଷୟ। ସେ କହିଛନ୍ତି, ମଙ୍କିପକ୍ସର ପ୍ରକୋପ ସେହି ପୁରୁଷଙ୍କଠାରେ ଦେଖିବାକୁ ମିଳିଛି, ଯେଉଁମାନେ ପୁରୁଷଙ୍କ ସହିତ ଅପ୍ରାକୃତିକ ଯୌନ ସଂପର୍କ ରଖୁଛନ୍ତି।

ହୁର ମୁଖ୍ୟଙ୍କ ଅନୁଯାୟୀ, ଏହା ଏମିତି ଏକ ପ୍ରକୋପ ଯାହାକୁ ସଠିକ ରଣନୀତି ସହ ରୋକାଯାଇ ପାରିବ। କୌଣସି କଳଙ୍କ କିମ୍ବା ଭେଦଭାବ କୌଣସି ଭାଇରାସ୍ ଅପେକ୍ଷା ଅତି ବିପଦଜ୍ଜନକ ହୋଇପାରେ। ଏଥିପାଇଁ ମୁଁ ସାମାଜିକ ସଂଗଠନକୁ ଅପିଲ୍ କରୁଛି ଯେ, ଯେଉଁମାନଙ୍କ ଏଚଆଇଭି ଏଡ୍ସ ପୀଡିତଙ୍କ ସହ କାମ କରିବାର ଅଭିଜ୍ଞତା ରହିଛି, ସେମାନେ ମଙ୍କିପକ୍ସର ପ୍ରକୋପର ମୁକାବିଲା ପାଇଁ ଆମ ସହିତ କାମ କରନ୍ତୁ।

ହୁର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ ପୁନମ ଖେତ୍ରପାଲ କହିଛନ୍ତି, ମଙ୍କିପକ୍ସ ସେହି ମାନଙ୍କଠାରେ ଦେଖିବାକୁ ମିଳୁଛି, ଯେଉଁମାନେ ପୁରୁଷଙ୍କ ସହ ଯୌନ ସଂପର୍କ ରଖୁଛନ୍ତି। ସେ କହିଛନ୍ତି, ମଙ୍କିପକ୍ସ ଦ୍ରୁତ ଗତିରେ ସେହି ଦେଶରେ ବ୍ୟାପୁଛି, ଯେଉଁଠି ଏହା ପୂର୍ବରୁ କୌଣସି କେସ୍ ମିଳିନଥିଲା। ତେଣୁ ଆମକୁ ସମ୍ବେଦନଶୀଳ ଉପାୟ ଅବଲମ୍ବନ କରିବା ସହିତ କଳଙ୍କ ଏବଂ ଭେଦଭାବ ଦୂର କରିବା ଉପରେ କାମ କରିବା ଉଚିତ୍।

ସେ କହିଛନ୍ତି, ବିଶ୍ଵର ୭୫ ଦେଶରେ ମଙ୍କିପକ୍ସର ୧୬ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଦକ୍ଷିଣ-ପୂର୍ବ ଏସିଆରେ ପାଞ୍ଚ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରୁ ଚାରି ଭାରତ ଏବଂ ଜଣେ ଥାଇଲାଣ୍ଡର। ଭାରତର ଚିହ୍ନଟ ମଙ୍କିପକ୍ସ ରୋଗୀ ମଧ୍ୟ ପୂର୍ବ ଦେଶରୁ ନିକଟରେ ଫେରିଛନ୍ତି। ହେଲେ ସେଥିରୁ ଜଣେ ରୋଗୀଙ୍କ କୌଣସି ଯାତ୍ରାକାଳୀନ ରେକର୍ଡ ନାହିଁ।

Get real time updates directly on you device, subscribe now.