fbpx

ବିଚାରପତିଙ୍କ ଏ କି ବିଚାର; କୁକୁର ମରିଯିବାରୁ ଦାବୀ କଲେ ସୁରକ୍ଷାକର୍ମୀଙ୍କ ନିଲମ୍ବନ, ଯୁଗ୍ମ ପୋଲିସ କମିଶନରଙ୍କୁ ଲେଖିଲେ ଳମ୍ବା ଚିଠି

Advertisement

ନୂଆଦିଲ୍ଲୀ:ଦିଲ୍ଲୀ ହାଇକୋର୍ଟର ପୂର୍ବ ଓ ବର୍ତ୍ତମାନ କୋଲକତା ହାଇକୋର୍ଟର ବିଚାରପତି ଗୌରାଙ୍ଗ କଣ୍ଠ ଦିଲ୍ଲୀ ପୋଲିସକୁ ପତ୍ର ଲେଖିଛନ୍ତି । ଯୁଗ୍ମ କମିଶନର ଅଫ୍ ପୋଲିସ (ସିକ୍ୟୁରିଟି) ମଙ୍ଗେଶ କଶ୍ୟପଙ୍କୁ ପତ୍ର ଲେଖି ସେ ତାଙ୍କ ବଙ୍ଗଳାରେ ନିଯୁକ୍ତ ପୋଲିସ କର୍ମୀଙ୍କ ଉପରେ ଆକ୍ସନ ନେବାକୁ ଦାବୀ କରିଛନ୍ତି । ଯେତେବେଳେ ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିଲେ ସେତେବେଳେ ତାଙ୍କ ପୋଷା କୁକୁରର ମୃତ୍ୟୁ ହୋଇ ଯାଇଥିଲା । ସେ ଅଭିଯୋଗ କରିଥିଲେ ଯେ, ସୁରକ୍ଷାକର୍ମୀଙ୍କ ଦାୟିତ୍ୱହୀନତା କାରଣରୁ ଏପରି ହୋଇଥିଲା ତେଣୁ ସୁରକ୍ଷା କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବୀ କରିଛନ୍ତି ।

ସେ ନିଜ ପତ୍ରରେ ଲେଖିଛନ୍ତି ମୋ ସହିତ ବି କେତେବେଳେ କିଛି ଘଟିଯାଇପାରେ । ଏହି ପ୍ରକାର ଦାୟିତ୍ୱହୀନତା ଉପରେ ତକ୍ରାଳ ଧ୍ୟାନ ଦେବା ଜରୁରୀ । ସେ ଲେଖିଛନ୍ତି ଏପରି ସୁରକ୍ଷା ଅଧିକାରୀଙ୍କୁ ନିଲମ୍ବିତ କରାଯିବା ଉଚିତ । ବିଚାରପତି ପୋଲିସ ଅଧିକାରୀଙ୍କୁ ୩ ଦିନ ମଧ୍ୟରେ ଏହାର ଜବାବ ଦେବା ଲାଗି ନୋଟିସ ପଠାଇଛନ୍ତି ।

ତେବେ ଏଠାରେ ସୂଚାଇ ଦିଆଯାଇପାରେ ଯେ, ବିଚାରପତି ଗୌରାଙ୍ଗ କଣ୍ଠଙ୍କ ଏହି ପତ୍ର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡଙ୍କ ବୟାନ ପରେ ସାମ୍ନାକୁ ଆସିଛି । ଗତ କିଛି ଦିନ ତଳେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସମସ୍ତ ଜଜ୍ ଙ୍କ ଉଦ୍ଦେଶ୍ୟରେ କହିଥିଲେ ପ୍ରୋଟୋକଲ ଜରିଆରେ ମିଳୁଥିବା ସୁବିଧା ବିଶେଷ ଅଧିକାର ନୁହେଁ । ସେ କହିଥିଲେ ଏହି ସମସ୍ତ ସୁବିଧାର ଉପଯୋଗ କରନ୍ତୁ କିନ୍ତୁ କାହାକୁ ସମସ୍ୟାରେ ପକାନ୍ତୁ ନାହିଁ ।

Get real time updates directly on you device, subscribe now.