ହାଇକୋର୍ଟରୁ ରାଜା ଚକ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ

ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ରାଜା ଚକ୍ରଙ୍କ ଜାମିନ୍ ଆବେଦନ ଖାରଜ ।

ଭୁବନେଶ୍ବର:ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ବି ଖାରଜ କରାଯାଇଛି ।

ଏହି ମାମଲାରେ 5 ଗିରଫ- ମାନସ ବାରିକ, ଉତ୍କଳ ଦାସ, ସୁଶାନ୍ତ ସାମଲଙ୍କ ଜାମିନ ଖାରଜ କରାଯାଇଛି । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ରଙ୍କ ସହଯୋଗୀ ମାର୍ଚ୍ଚ 20 ତାରିଖରେ ଗିରଫ ହୋଇଥିଲା ।

କଣ ରହିଥିଲା ଅଭିଯୋଗ- ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲାରେ ରାଜାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ୪ ବର୍ଷରେ ଗାଁ ଲୋକଙ୍କୁ ରାଜା ୩୩ କୋଟି ଟଙ୍କା ବାଣ୍ଟିଥିବା ତଦନ୍ତରୁ ଜଣାପଡ଼ିଛି ।

ମା’ କାଳୀ ନାମକ ଏକ ପ୍ରେଟ୍ରୋଲ ପମ୍ପକୁ ୯.୧ କୋଟି ଯଙ୍କା ପ୍ରଦାନ କରାଯାଇଛି । ଶ୍ରମିକମାନଙ୍କୁ ପାଉଣା ନାଁରେ ମଧ୍ୟ ଠକେଇ କରିଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ରାଜାଙ୍କୁ ମିଳୁଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ଉଠାଇ ଦେଇଥିବା ବେଳେ ବର୍ତ୍ତମାନ ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ।