fbpx

ମୋକିମଙ୍କୁ ହାଇକୋର୍ଟ ପକ୍ଷରୁ ଝଟକା, ନିର୍ବାଚନକୁ ଅସିଦ୍ଧ ଘୋଷଣା

ଭୁବନେଶ୍ୱର: ନାମାଙ୍କନ ବେଳେ ସବିଶେଷ ତଥ୍ୟ ଦେଇ ନ ଥିବାରୁ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । କଟକ-ବାରବାଟୀ ନିର୍ବାଚନ ଅନିୟମିତତା ମାମଲାରେ ନୂଆ ଖବର ସାମ୍ନାକୁ ଆସିଛି । ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନ ଥିବାରୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ମୋକିମଙ୍କ ବିରୁଦ୍ଧରେ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ ।ନାମାଙ୍କନ ବେଳେ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ମୋକିମଙ୍କୁ ହାଇକୋର୍ଟ ପକ୍ଷରୁ ବଡ ଝଟକା ମିଳିଛି ।

ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ପାଇଁ ବାରବାଟୀ –କଟକ ଆସନ ଫାଙ୍କା ପଡିଲା । ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଏହି ପଦ ପାଇଁ ଲଢେଇ ହେବ । ଗତ ୫ ବର୍ଷ ଧରି ମୋକିମ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାୟକ ପଦ ସମ୍ଭାଳିଥିବା ବେଳେ ଏବେ ତାହା ଅସିଦ୍ଧ ହୋଇଯାଇଛି । ଫଳରେ ବର୍ତ୍ତମାନ ମୋକିମ ବିଧାୟକ କିମ୍ବା ପୂର୍ବତନ ବିଧାୟକ ବୋଲି ସମ୍ବୋଧିତ ହୋଇପାରିବେନି । କିନ୍ତୁ ଆଗାମୀ ନିର୍ବାଚନ ଲଢିବା ନିମନ୍ତେ ତାଙ୍କ ପାଇଁ କୌଣସି ଅସୁବିଧା ନାହିଁ ।

Get real time updates directly on you device, subscribe now.