fbpx

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପାଇଁ ନୂଆ ଆବେଦନ ଦାଖଲ, ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ ମାଗିଲା ଜବାବ୍

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଏକ ନୂଆ ଆବେଦନକୁ ନେଇ କେନ୍ଦ୍ର ଏବଂ ଅନ୍ୟ ମାନଙ୍କୁ ନୋଟିସ୍ ଜାରି କରିଛି । ଏହି ଆବେଦନରେ ସମଲିଙ୍ଗୀ ବିବାହ ପାଇଁ ସ୍ୱୀକୃତି ଦେବା ପାଇଁ ଦାବି କରାଯାଇଛି । ଖାଲି ସେତିକି ନୁହେଁ ଆବେଦନକାରୀଙ୍କ ଲିଙ୍ଗ କିମ୍ବା ଯୌନ ଆଭିମୁଖ୍ୟ ନିର୍ବିଶେଷରେ ନାଗରିକତ୍ୱ ଅଧିନିୟମ ଅନୁଯାୟୀ ଜଣେ ଭାରତୀୟ ନାଗରିକ କିମ୍ବା ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ (ଓସିଆଇ) କାର୍ଡଧାରୀଙ୍କ ନାଗରିକ ମୂଳ ଅଧିନିୟମ ଅନୁଯାୟୀ ଓସିଆଇ ଭାବରେ ପଞ୍ଜୀକରଣ ପାଇଁ ଯୋଗ୍ୟ ବୋଲି ଘୋଷଣା କରିବାକୁ ମଧ୍ୟ ଆବେଦନ କରାଯାଇଛି ।

ଚିଫ୍ ଜଷ୍ଟିସ୍ ଡି.ଏନ୍.ପଟେଲ୍ ଓ ଜଷ୍ଟିସ୍ ଜ୍ୟୋତି ସିଂହଙ୍କ ବେଞ୍ଚରେ କେନ୍ଦ୍ର ଓ ଅନ୍ୟ ମାନଙ୍କୁ ଏହି ଆବେଦନ ଉପରେ ଜବାବ୍ ଦାଖଲ କରିବାକୁ କହିଛନ୍ତି । ଏହାର ଆଗାମୀ ଶୁଣାଣି ଅଗଷ୍ଟ ୨୭ ତାରିଖରେ ହେବ ବୋଲି ଜଣାପଡ଼ିଛି । ତେବେ ଏହି ସମଲିଙ୍ଗୀ ମାମଲା ସହିତ ଅନ୍ୟ ସମଲିଙ୍ଗୀ ଆବେଦନ କୁ ବି ଯୋଡି ଦିଆଯାଇଛି ।

ଆବେଦନକାରୀମାନେ ୨୦୧୨, ଅଗଷ୍ଟ ୬ ତାରିଖରେ ନ୍ୟୁୟର୍କରେ ବିବାହ କରିଥିଲେ ଏବଂ ଆମେରିକା, ଫ୍ରାନ୍ସ ଏବଂ କାନାଡାର ଏକ ଆଇନଗତ ବିବାହିତ ଦମ୍ପତି ଭାବରେ ମାନ୍ୟତା ପାଇଲେ – ସେହି ତିନି ଦେଶ ଯେଉଁଠାରେ ସେମାନେ ବିଗତ ୨୦ ବର୍ଷ ଧରି ରହିଆସିଥିଲେ ଏବଂ ବର୍ତ୍ତମାନ କାର୍ୟ୍ୟ କରୁଛନ୍ତି ଏବଂ ବର୍ତ୍ତମାନ ପିତାମାତା ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଜୁଲାଇ ୨୦୨୧ ରେ ସେମାନଙ୍କର ପ୍ରଥମ ସନ୍ତାନ ପାଇଁ ଆଶା ରଖିଛନ୍ତି ।

ଏହି ଦମ୍ପତିଙ୍କ ମଧ୍ୟରୁ ଜଣେ ଭାରତୀୟ ମୂଳ ଅଟନ୍ତି ଏବଂ ବର୍ତ୍ତମାନ ଏହି ସୁବିଧା ପାଇବା ପାଇଁ ଶୀଘ୍ର ଓସିଆଇ ମାନ୍ୟତା ପାଇବା ଅପେକ୍ଷାରେ ଅଛନ୍ତି । ଯାହା ଦ୍ୱାରା ସେ ତାଙ୍କ ଜୀବନସାଥୀ ଏବଂ ଯେଉଁ ପରିବାର ଆଶା କରୁଛନ୍ତି ସେମାନଙ୍କ ସହିତ ସେ ଭାରତରେ ରହିପାରିବେ ।

Get real time updates directly on you device, subscribe now.