fbpx

ଦିଲ୍ଲୀରେ ହାଇ ଡ୍ରାମା: ଜଣେ ବିଧାୟକଙ୍କ ପାଦ ଧରିଲେ ଜଣେ ମନ୍ତ୍ରୀ, କାହିଁକି ଘଟିଲା ଏପରି….

ନୂଆଦିଲ୍ଲୀ: ଦିଲ୍ଲୀରେ ବସ୍ ମାର୍ଶାଲଙ୍କୁ ପୁନଃ ନିଯୁକ୍ତି ପ୍ରସଙ୍ଗରେ ହାଇ ଡ୍ରାମା ଦେଖିବାକୁ ମିଳିଛି । ସାର୍ବଜନିକ ପରିବହନ ବସ ସେବାରେ ମାର୍ଶଲ ଭାବେ ୧୦ ହଜାରରୁ ଅଧିକ ନାଗରିକ ସୁରକ୍ଷା ସ୍ୱୟଂସେବକଙ୍କୁ ଗତ ବର୍ଷ ହଟାଇ ଦିଆଯାଇଥିଲା । ସେମାନଙ୍କୁ ବିପର୍ଯ୍ୟୟ ପରିଚାଳନା କର୍ତ୍ତବ୍ୟ ପାଇଁ ନିଯୁକ୍ତି କରାଯାଇଥିଲା ବୋଲି ନାଗରିକ ସୁରକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆପତ୍ତି ଜାହିର କରାଯାଇଥିଲା । ବସ ମାର୍ଶଲଙ୍କ ପୁନଃ ନିଯୁକ୍ତିକୁ ନେଇ କ୍ୟାବିନେଟ ନୋଟ ପ୍ରଦାନ କରିବା ଓ ମଞ୍ଜୁରୀ ନେବା ଲକ୍ଷ୍ୟରେ ଆମ୍ ଆଦମୀ ପାର୍ଟି (ଆପ) ଓ ବିଜେପି ବିଧାୟକଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଉପରାଜ୍ୟପାଳ ଭି.କେ ସାକ୍ସେନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ତେବେ ଏନେଇ ଆପ ପକ୍ଷରୁ କୁହାଯାଇଛି, କ୍ୟାବିନେଟ ନୋଟ ପାସ ହେବା ପରେ ବିଜେପି ବିଧାୟକ ସଚିବାଳୟରୁ ପଳାୟନ କରିବାରେ ଲାଗିଥିଲେ । ମାତ୍ର ଏହି ସମୟରେ ମନ୍ତ୍ରୀ ସୌରଭ ଭରଦ୍ୱାଜ ବିଧାୟକଙ୍କ ପାଦ ଧରି ସେମାନଙ୍କୁ ଅଟକାଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି, ବିଜେପି ବିଧାୟକ ତାଙ୍କ ସହ ସାକ୍ଷାତ କରିବା ନେଇ ଗତକାଲି ସମୟ ମାଗିଥିଲେ । ତେଣୁ ସେ ବିଧାୟକଙ୍କ ସହ ସାକ୍ଷାତ କରିବା ସହ ବସ ମାର୍ଶଲ ପ୍ରସଙ୍ଗରେ ବୁଝାଇଥିଲେ ।

ମାତ୍ର ଆଜି ବିଜେପିର ପୋଲ ଖୋଲିଯାଇଥିଲା । ଯେହେତୁ ପୂରା କ୍ୟାବିନେଟ ଆପର ଥିଲା ତେଣୁ ବିଜେପି ଏ ପ୍ରସଙ୍ଗରେ ରାଜନୀତି କରିବା ଆରମ୍ଭ କରିଦେଇଥିଲା । ବିଜେପି ଅଧିନରେ ଯାହା ଆସୁଛି ସେହି ପ୍ରସଙ୍ଗରେ ସେମାନେ ନିଷ୍ପତ୍ତି ନେବାକୁ ଏଲଜି ସେମାନଙ୍କୁ କହିବା ଦରକାର । ମାତ୍ର ବିଜେପି ଏଥିପାଇଁ ପ୍ରସ୍ତୁତ ନାହିଁ । ଆପ୍ ପକ୍ଷରୁ ଜରୁରୀକାଳନ ବୈଠକ ଡକାଯାଇଥିଲା ଓ ମାର୍ଶଲଙ୍କୁ ନିୟମିତ କରିବା ପାଇଁ ଦିଲ୍ଲୀ ବିଧାନସଭା ଦ୍ୱାରା ପାରିତ ପ୍ରସ୍ତାବରେ ହସ୍ତାକ୍ଷର କରାଯାଇଥିଲା । ମାତ୍ର ଏଲଜି ହାଉସକୁ ଆସିବା ପରେ ବିଜେପି ବିଧାୟକଙ୍କୁ କ୍ୟାବିନେଟ ନୋଟରେ ହସ୍ତାକ୍ଷର କରିବାକୁ କହିନଥିଲେ । ଏହା ବସ ମାର୍ଶଲଙ୍କ ସହ ଏକ ବିଶ୍ୱାସଘାତକତା ବୋଲି ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ।

Get real time updates directly on you device, subscribe now.