fbpx
BJD SKY
BJD SKY

ରାଜ୍ୟର ଏହି ହାଇସ୍କୁଲ ସପ୍ତାହେ ବନ୍ଦ, ୨୦ ପଜିଟିଭ୍ ଚିହ୍ନଟ

BJD

ଭୁବନେଶ୍ୱର,(ଓଡିଶା ଭାସ୍କର): କରୋନା କାଳରେ ଶିଶୁ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ହାଇସ୍କୁଲ ୭ ଦିନ ପାଇଁ ବନ୍ଦ ହୋଇଛି । ବିଦ୍ୟାଳୟର ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟରୁ ମୋଟ ୩୪୪ଟି ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୦ ଜଣ ପଜିଟିଭଙ୍କ ମଧ୍ୟରେ ୧୪ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ୬ ଜଣ ଶିକ୍ଷକ ଅଛନ୍ତି ।

ତେବେ ଆଜି ରାଜ୍ୟରୁ ୬୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ୬୩୮ ଜଣଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୭୨ ଓ ସ୍ଥାନୀୟ ଅଞ୍ଚଳରୁ ୨୬୬ ଜଣ ଚିହ୍ନଟ ହେବା ସହ ୯୩ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।

ଅନ୍ୟପଟେ ଖୋର୍ଦ୍ଧା, ଅନୁଗୁଳ ଓ କଟକ ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ପୁରୀରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮,୦୬୨ କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.