fbpx
BSKY SKY
BSKY SKY

କାଦୁଅ ଭିତରେ ଲୁଚିଥିଲା ଦୁଷ୍କର୍ମ ଅଭିଯୁକ୍ତ, ପୋଲିସ ହାତରେ ଧରାପଡିଲା

BSKY

ରାଉରକେଲା(ଓଡିଶା ଭାସ୍କର): ମାମୁ କୁ ଚକମା ଦେଇ ଦୁଷ୍କର୍ମ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ହେଲେ ଗତକାଲି ରାତିରେ ସରକାରୀ ହସ୍ପିଟାଲରୁ ଡାକ୍ତରୀ ମାଇନା ସମୟରେ ଫେରାର ହୋଇଥିଲା । କିନ୍ତୁ କୁହାଯାଏ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ତେବେ ଆଜି କାଦୁଅ ମଧ୍ୟରେ ଲୁଚି ରହିଥିବା ବେଳେ ଗିରଫ କଲା ପୋଲିସ। ଆଜି ରାଉରକେଲା ଲୋରେଟୋ ଇଂଲିଶ ମିଡିୟମ ସ୍କୁଲ ପଛ ପଟରେ କାଦୁଅ ପାଣି ଭିତରେ ପଶି ରହିଥିଲା ଅଭିଯୁକ୍ତ । ଖବର ପାଇ ରଘୁନାଥ ପଲ୍ଲୀ ପୋଲିସ ପହଂଚି ଅଭିଯୁକ୍ତକୁ ଗିରଫ କରିଛି।

ସୂଚନା ଅନୁଯାୟୀ, ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ନିଜ ଘର ପାଖ ଯୁବତୀ ସହ ଦୁଷ୍କର୍ମ କରିଥିବା ନେଇ ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୁକ୍ତ ଯୁବକକୁ ଡାକ୍ତରୀ ମାଇନା ପାଇଁ ରାଉରକେଲା ସରକାରୀ ମେଡିକାଲ କୁ ଆଣିଥିବା ସମୟରେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା। ପୋଲିସ ତାକୁ କାବୁ କରିବାକୁ ଚେଷ୍ଟା କରିବାରେ ଫେଲ ମାରିଥିଲା । କିନ୍ତୁ ଆଜି ପୋଲିସ ଖବର ପାଇଥିଲା ଯେ ଅଭିଯୁକ୍ତ ଯୁବକ କାଦୁଅ ଭିତରେ ଲୁଚି ରହିଛି ତାକୁ ବର୍ତ୍ତମାନ ଗିରଫ କରିଛି ପୋଲିସ।

Get real time updates directly on you device, subscribe now.