fbpx

୩ ବର୍ଷରେ ମଲେଣି ୨୮୨ ହାତୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗତ ତିନି ବର୍ଷ ମଧ୍ୟରେ ପ୍ରାଣ ହରାଇଲେଣି ୨୮୨ ଟି ହାତୀ । ଏହି କ୍ରମରେ ୨୦୨୦-୨୧ ରେ ୭୭ ହାତୀଙ୍କ ମୃତ୍ୟୁ ହୋଇଛି । ୨୦୧୯-୨୦ରେ ୮୨ଟି ଓ ୨୦୧୮-୧୯ରେ ୯୩ଟି ହାତୀ ପ୍ରାଣ ହରାଇଛନ୍ତି । ସେହିପରି ଚଳିତ ବର୍ଷରେ ଅର୍ଥାତ୍ ୨୦୨୧-୨୨ରେ ଏପର୍ଯ୍ୟନ୍ତ ୩୦ ହାତୀଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଜତ ୩ ବର୍ଷରେ ୧୭ଟି ବାଘଙ୍କର ମୃତ୍ୟୁ ହୋଇଛି । ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନରେ ମନ୍ତ୍ରୀ ବିକ୍ରମ ଆରୁଖ ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.