fbpx

ବାଇକରେ ବୁଲିଯିବାକୁ କହି ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ଧରିଲା ପୋଲିସ୍

ଜୟପୁର: ଦେଶରେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢ଼ୁଥିବା ଦେଖିବାକୁ ମିଳିଛି । ଅନେକ ରାଜ୍ୟରୁ ଏହିଭଳି ମାମଲା ଶୁଣିବାକୁ ମିଳୁଛି । ଖାସ୍ କରି ନାବାଳିକା ମାନେ ବି ଏପରି ଅତ୍ୟାଚାରର ଶିକାର ହେଉଛନ୍ତି । ତେବେ ଇତି ମଧ୍ୟରେ ଜଣେ ୫ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ଏଥିରେ ଜଣେ ୪୦ ବର୍ଷର ବ୍ୟକ୍ତି ଗିରଫ ହୋଇଛନ୍ତି । ଏହି ଘଟଣା ସାମନାକୁ ଆସିଛି ରାଜସ୍ଥାନର ବନସ୍ୱର୍ ଜିଲ୍ଲାରୁ । ଏନେଇ ମଙ୍ଗଳବାର ଦିନ ପୋଲିସ୍ ସୂଚନା ଦେଇଛି ।

ତେବେ ଏହି ଘଟଣା ରବିବାର ଦିନ ଘଟିଥିବା ପୋଲିସ୍ କହିଛି । ୫ ବର୍ଷୀୟା ନାବାଳିକା ଘର ବାହାରେ ଖେଳୁଥିବା ସମୟରେ ଅଭିଯୁକ୍ତ ଜଣକ ତାକୁ ଡାକି ନେଇଥିଲେ । ବାଇକ୍ ରେ ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ । ସୋମବାର ଦିନ ଏନେଇ ଅଭିଯୋଗ କରାଯାଇଥିଲା ଓ ଆଜି ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ପୋଲିସ୍ ଏନେଇ ସୂଚନା ଦେଇଛି ।

Get real time updates directly on you device, subscribe now.