fbpx

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା: ପୁଣି ମାସେ ବଢ଼ିଲା ଅବଧି

କଟକ(ଓଡ଼ିଶା ଭାସ୍କର): ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା ଚାଲିଥିବା ବେଳେ ଆସିଛି ବଡ଼ ଅପଡେଟ । ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ୧,୨,୩,୪ ନମ୍ବର ପାଇଁ ଆଉ ମାସେ ସମୟସୀମା ବୃଦ୍ଧି କରାଯାଇଛି । ଡିସେମ୍ବର ୩୧ ଯାଏଁ ସମୟ ବୃଦ୍ଧି ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ବୁକିଂ ହୋଇଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି କୁହାଯାଇଛି । ସରକାରଙ୍କ ସତ୍ୟପାଠ ପରେ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ ।

ତେବେ ଅକ୍ଟୋବର ୧ ତାରିଖରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ କଡ଼ାକଡ଼ି କରିବାକୁ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ନମ୍ବର ପ୍ଲେଟ୍ ସ୍ଲଟ ବୁକିଂରେ ସମସ୍ୟା ଦେଖାଦେଇଥିଲା । ଏଥିସହିତି ଅର୍ଥ ପୈଠ କରୁଥିବା ଲୋକଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନମ୍ବର ପ୍ଲେଟ ଯୋଗାଇ ଦିଆଯାଇ ପାରିନଥିଲା । ଏହାକୁ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ଭିତ୍ତିଭୂମି ବ୍ୟବସ୍ଥା ନଥିବା ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ । ଫଳରେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନମ୍ବର ପ୍ଲେଟ୍ ସମୟସୀମା ୧ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ପୁଣି ଦେଖାଦେଇଛି ସମସ୍ୟା । ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଏହା ସମସ୍ୟା ହୋଇଛି । ତେଣୁ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ଆଣିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ବିହିତ ପଦକ୍ଷେପ ନେବାକୁ ପରିବହନ କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.