Big Breaking.. ହାଇଟେକ୍ ଟ୍ରାଜେଡି; ଚିକିତ୍ସାଧୀନ ଅବସ୍ଥାରେ ଦୀଲିପଙ୍କ ମୃତ୍ୟୁ, ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା
ଭୁବନେଶ୍ୱର: ସାମ୍ନାକୁ ଆସିଲା ଆଉ ଏକ ଦୁଃଖଦ ଖବର । ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ଆଜି ସକାଳୁ ସକାଳୁ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ ସୂଚନା । ନିଜକୁ ଦୀଲିପ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଗୁରୁତର ଥିବା ଦିଲ୍ଲୀପ ସାମନ୍ତରାୟ ମୃତ। ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ଆଖି ବୁଜିଲେ ଦିଲ୍ଲୀପ । ମୃତ୍ୟୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା। ପରିବାର ଲୋକଙ୍କୁ ମୃତ୍ୟୁ ନେଇ ଅବଗତ କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସ । ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ମୃତ ଦେହ ପଠାଇବ ପୋଲିସ ।
ଏସିରେ ଗ୍ୟାସ୍ ଭର୍ତ୍ତି ବେଳେ ବିସ୍ଫୋରଣ ଘଟି ଗୁରୁତର ହୋଇଥିଲେ ୪ଜଣ। ହାଇଟେକ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧ ପାଇଛି । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଗତ ଡିସେମ୍ବର ୨୯ ତାରିଖ ସନ୍ଧ୍ୟାରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡରର ମରାମତି କାମ ଚାଲିଥିବା ବେଳେ ଫାଟି ଯାଇଥିଲା ଅକ୍ସିଜେନ୍ ସିଲିଣ୍ଡର ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୪ ଜଣଙ୍କ ଗୁରୁତର ଆହତ ହୋଇପଡିଲେ ।