fbpx

ହାଇ-ଭୋଲଟେଜ୍ ତାର ସଂସ୍ପର୍ଶରେ ଆସି ତିନି ଶିଶୁ ଗୁରୁତର, ପଡିଆରେ ଖେଳିବା ସମୟରେ ଦୁର୍ଘଟଣା

ନୂଆଦିଲ୍ଲୀ: ୟୁପି ଫତେହପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ହାଇ-ଭୋଲଟେଜ୍ ତାର ସଂସ୍ପର୍ଶରେ ଆସି ୩ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି । ପିଲାମାନେ କଲେଜ ପଡିଆରେ ଖେଳୁଥିଲେ । ଅଚାନକ ଉପରେ ଯାଇଥିବା ହାଇ-ଭୋଲଟେଜ୍ ତାର ଛିଣ୍ଡି ମାଟିରେ ପଡିଗଲା । ସେଠାରେ ଖେଳୁଥିବା ଏହି ତିନି ଜଣ ପିଲାଙ୍କୁ କରେଣ୍ଟ ଲାଗିଥିଲା ।

ସୂଚନା ଅନୁସାରେ, କରେଣ୍ଟ ଲାଗିବା ପରେ ଏହି ୩ଜଣ ଚିତ୍କାର କରିବାକୁ ଲାଗିଲେ । ତାଙ୍କର ଏହି ଶବ୍ଦ ଶୁଣି ସ୍କୁଲ ଷ୍ଟାଫ ସେମାନଙ୍କୁ ବଞ୍ଚାଇବାକୁ ଦୌଡି ଆସିଥିଲେ ଏବଂ ବିଦ୍ୟୁତ ବିଭାଗକୁ ସଙ୍ଗେ ସଙ୍ଗେ ସୂଚନା ଦେଇଥିଲେ । ବିଦ୍ୟୁତ କର୍ମଚାରୀ ସେହି ତାରରେ ଯାଇଥିବା ଲାଇନକୁ କାଟିଥିଲେ । ଏହାପରେ ୩ଜଣ ପିଲାଙ୍କୁ ଜିଲ୍ଲା ଡାକ୍ତର ଖାନାରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ତାଙ୍କର ଏହି ଗୁରୁତର ଭାବେ ଆହତ ହୋଇଥିବା ଦେଖି ସେମାନେ ଲକ୍ଷ୍ନୌ ହସ୍ପିଟାଲ ପଠାଇଥିଲେ ।

ବର୍ତ୍ତମାନ ସେହି ୩ଜଣ ପିଲା ଲକ୍ଷ୍ନୌର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କହିବାକୁ ଗଲେ ବର୍ତ୍ତମାନ ମୌସୁମୀ ଏବଂ ଲଘୁଚାପ କାରଣରୁ ବର୍ଷା ଲାଗି ରହିଛି । ପଡିଆରେ ଥିବା ପାଣିରେ ସେହି ତାର ଛିଣ୍ଡି ପଡିଥିଲା । ପିଲାମାନେ ଦେଖି ନପାରି ହାଇ-ଭୋଲଟେଜ ତାର ସଂସ୍ପର୍ଶରେ ଆସିଥିଲେ । ତେବେ ଜିଲ୍ଲା ହସ୍ପିଟାଲର ଡାକ୍ତର ଡିକେ ବର୍ମା କହିଛନ୍ତି ଯେ, ପିଲାମାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମେ ଲକ୍ଷ୍ନୌ ହସ୍ପିଟାଲ ପଠାଇଛୁ । ସେଠାରେ ସେମାନେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.