fbpx

ରଥଯାତ୍ରା ପ୍ରସ୍ତୁତି: ବଡ଼ଦାଣ୍ଡରେ ଅସ୍ଥାୟୀ ଷ୍ଟଲ ପାଇଁ ଅନୁମତି ଦେଲେ ହାଇକୋର୍ଟ, ବ୍ୟବସାୟିକରଣ ଉପରେ ରୋକ୍

Advertisement

ପୁରୀ: ଆସୁଛି ରଥଯାତ୍ରା । ଚଳଚଞ୍ଚଳ ବଡ଼ ଦାଣ୍ଡ । ଶେଷ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି । ଏଥିମଧ୍ୟରେ ବଡ଼ଦାଣ୍ଡରେ ଅସ୍ଥାୟୀ ଷ୍ଟଲ ପାଇଁ ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ଷ୍ଟଲରେ କୌଣସି ପ୍ରକାର ବ୍ୟବସାୟିକ କାର୍ଯ୍ୟକଳାପକୁ ବାରଣ କରାଯାଇଛି । ଏହା ସହ ପୁରୀ ମୁନିସିପାଲିଟି ଦେଇଥିବା ସତ୍ୟପାଠର କଡ଼ାକଡ଼ି ଭାବରେ ପାଳନ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

 

Get real time updates directly on you device, subscribe now.