ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ପସ୍ତୁତି ଜାରି ରହିଥିବାବେଳେ, ଏବେ ଓବିସି ସଂରକ୍ଷଣଙ୍କୁ ନେଇ ଅଡ଼ୁଆରେ ସରକାର । ଓବିସି ସଂରକ୍ଷଣ ନେଇ ହାଇକୋର୍ଟରେ ଦାୟର ମାମଲାରେ ନୋଟିିସ । ରାଜ୍ୟ ନିର୍ବାଚନ କମିଶନ, ଓବିସି କମିଶନ, ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ । ଆସନ୍ତା ଜୁନ୍ ମାସରେ ପରବର୍ତ୍ତୀ ଶୁଣାଣି ହେବ । ପୌର ନିର୍ବାଚନରେ ଓବିସି କୋଟା ଉଚ୍ଛେଦ ନେଇ ଅଧ୍ୟାଦେଶ ହୋଇଥିଲା । ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଆସିଥିଲେ ୨ ପୂର୍ବତନ କର୍ପୋରେଟର ।