OPSC /SSC ପ୍ରଶ୍ନପତ୍ର ବିଭ୍ରାଟ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଯିଏ ଦୋଷୀ ଛଡ଼ା ଯିବନି

ଯିଏ ଦୋଷୀ ଛଡ଼ା ଯିବନି କହିଲେ ସୂର୍ଯ୍ୟବଂଶୀ ସୂରଜ ।

ଭୁବନେଶ୍ବର: OPSC /SSC ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ମୁହଁ ଖୋଲିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ କହିଲେ ମନ୍ତ୍ରୀ  ।

ଏହି ଘଟଣାରେ  ଯିଏ ଦୋଷୀ ଛଡ଼ା ଯିବନି କହିଲେ ସୂର୍ଯ୍ୟବଂଶୀ ସୂରଜ । ଏସଂକ୍ରାନ୍ତୀୟ ବିଲ୍‌ ବିଧାନସଭାରେ ଆଇନରେ ପରିଣତ ହୋଇଛି ।

ପ୍ରକାଶଥାଉକି, କାଲି ଗୋଟିଏ ଦିନରେ ଦୁଇଟି ପରୀକ୍ଷାରେ ତ୍ରୁଟି ହୋଇଥିଲା । ଓଏସଏସସିର ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷା ଥିଲା । ମାତ୍ର ସିଜିଏଲ୍‌ରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀଙ୍କ ଅଭିଯୋଗ କରିଥିଲେ ।

ଆୟୋଗ ତ୍ରୁଟିକୁ ସ୍ବୀକାର କରି ଦୁଃଖ ପ୍ରକାଶ କରିବା ସହିତ ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଲେ ।

ସେହିପରି OPSC ପରିଚାଳିତ ପରୀକ୍ଷାରେ ବି ତ୍ରୁଟି ଦେଖାଯାଇଥିଲା । OCS ମେନ୍‌-୨୦୨୩ର ଆନ୍‌ଥ୍ରୋପୋଲୋଜିର ୨ଟି ପେପର ପରୀକ୍ଷା ରହିଥିଲା ।

ପୂର୍ବାହ୍ନ ୯ରୁ ୧୨ଟା ଆନ୍‌ଥ୍ରୋପୋଲୋଜି ପ୍ରଥମ ପେପର ପରୀକ୍ଷା ଥିଲା  । ଅପରାହ୍ନ ୨ଟାରୁ ୫ଟା ଆନ୍‌ଥ୍ରୋପୋଲୋଜି ଦ୍ବିତୀୟ ପେପର୍‌ ପରୀକ୍ଷା ଥିଲା । ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ ।