fbpx

କ୍ୟାବିନେଟ ବିସ୍ତାର ଅପେକ୍ଷାରେ ହିମାଚଳ ପ୍ରଦେଶ, ଅଧାରେ ଲଟକିଛି କାର୍ଯ୍ୟ

ନୂଆଦିଲ୍ଲୀ :ହିମାଚଳ ହାତେଇବାରେ ହାତ ସଫଳ ହେଲା । ଯାହାର ଫଳ ସ୍ୱରୁପ ହିମାଚଳ ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂ ସୁଖୁ ଶପଥ ମଧ୍ୟ ନେଲେ । କିନ୍ତୁ ଏହା ଭିତରେ ଏକ ସପ୍ତାହ ହୋଇ ଗଲାଣି ଏଯାବତ ମନ୍ତ୍ରୀ ମଣ୍ଡଳ ଗଠନ ହେବାର କୌଣସି ସୂଚନା ମିଳୁନାହିଁ । କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପାଇଁ ବହୁ ପ୍ରାର୍ଥୀ ଥିଲେ ତେବେ ଏହି ଅସୁବିଧା କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ଚୟନ ବେଳେ ମଧ୍ୟ ହୋଇଥିଲା । କାହାକୁ ମୁଖ୍ୟମନ୍ତ୍ରୀ ଦାୟିିତ୍ୱ ଦିଆଯିବ ତାହା ନେଇ ବହୁ ବୈଠକ ବହୁ ଆଲୋଚନା ହେଲା ବହୁ ସମୀକ୍ଷା ପରେ ସୁଖବିନ୍ଦର ସିଂ ସୁଖୁଙ୍କୁ ହିମାଚଳର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଗଲା । ବଡ଼ ସମାରୋହରେ ସୁଖୁ ଶପଥ ମଧ୍ୟ ନେଲେ। ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖଡଗେ ମଧ୍ୟ ଏହ ସମାରୋହରେ ସାମିଲ ହେଲେ । କିନ୍ତୁ ମନ୍ତ୍ରୀ ମଣ୍ଡଳ ଗଠନ ହେବାର ଅଙ୍କ ଏଯାଏଁ ସମାଧାନ ହୋଇ ପାରୁ ନାହିଁ।

ଯେଉଁଠାରେ ଗୁଜରାଟରେ ବିଜେପି ଜିତିବାର କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଶପଥ ନେଲେ । ଆଉ ମନ୍ତ୍ରୀ ମଣ୍ଡଳ ମଧ୍ୟ ଗଠନ ହୋଇ କାର୍ଯ୍ୟ ଆରମ୍ଭ ହେଲାଣି କିନ୍ତୁ ସମାନ ସମୟରେ ନିର୍ବାଚନ ଏବଂ ନିର୍ବାଚନ ଫଳ ବାହାରି ଥିଲେ ହେଁ ବର୍ତ୍ତମାନ ସୁଦ୍ଧା ହିମାଚଳ ପ୍ରଦେଶରେ ମନ୍ତ୍ରୀ ମଣ୍ଡଳ ଗଠନ ହୋଇ ପାରିନାହିଁ । ଯାହା ଫଳରେ ରାଜ୍ୟର ବିକାଶ କାର୍ଯ୍ୟ ଏକ ପ୍ରକାରର ଠପ ହୋଇ ପଡିଛି ।

ବର୍ତ୍ତମାନ ସୁଦ୍ଧା ଯାହା ପ୍ରାରମ୍ଭିକ ସୂଚନା ମିଳିଛି ଯେ ରାଜ୍ୟ ପ୍ରଭାରୀ ରାଜୀବ ଶୁକ୍ଳା କ୍ୟାବିନେଟ ମନ୍ତ୍ରୀଙ୍କ ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ଯାହା ଅନୁମୋଦନ ଆଉ ସମୀକ୍ଷା ପାଇଁ ହାଇକମାଣ୍ଡଙ୍କ ପାଖକୁ ପଠାଯିବ । ତାହା ପରେ ଯାଇଁ କିଛି କାର୍ଯ୍ୟ ଆଗକୁ ଯିବ । ତେବେ ନିର୍ବାଚନ ପୂର୍ବରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ୨ମାସ ପର୍ଯ୍ୟନ୍ତ କୌଣସି କାମ ହୋଇଥିବା ବେଳେ ଏବେ ମଧ୍ୟ କାମ ଲଟକିଛି ।

ସୂଚନାମୁତାବକ ହିମାଚଳରେ କ୍ୟାବିନେଟର ସମ୍ପ୍ରସାରଣକୁ ନେଇ ମାନସମନ୍ଥନ ଚାଲିଛି। ଏହି ସମୟରେ ବଡ଼ ବଡ଼ ନାମ ମଧ୍ୟରେ କଳହ ଜାରି ରହିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦିଲ୍ଲୀରେ ଡେରା ପକେଇଛନ୍ତି। ମନ୍ତ୍ରୀଙ୍କ ନାମକୁ ନେଇ ଆଲୋଚନା ଚାଲିଛି। ପ୍ରଥମ ପର୍ଯ୍ୟାୟରେ କେବଳ ଆଠ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

କାରଣ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଟ ୧୨ ଜଣ ମନ୍ତ୍ରୀ ରହିପାରିବେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ଦିଆଯାଇଛି। ଏଭଳି ପରିସ୍ଥିତିରେ ୧୦ ଟି ମନ୍ତ୍ରୀ ପଦବୀ ଖାଲି ପଡିଛି। କଂଗ୍ରେସ ନେତାମାନେ ମଧ୍ୟ ଏହି ମନ୍ତ୍ରୀ ପଦ ପାଇଁ ବହୁ ଚେଷ୍ଟା କରୁଥିବା ଦେଖାଯାଉଛି। ମନ୍ତ୍ରୀ ପଦ ପାଇବା ପାଇଁ ଅନେକ ନେତା ଦିଲ୍ଲୀରେ ମଧ୍ୟ ଯୋଗ ଦେଇଛନ୍ତି । ହିମାଚଳ ପ୍ରଦେଶ କ୍ୟାବିନେଟରେ ଯୋଗ ଦେଉଥିବା ବିଧାୟକଙ୍କ ତାଲିକା ବହୁତ ଲମ୍ବା ରହିଛି । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହ ହାଇକମାଣ୍ଡ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଖୁବ ଶୀଘ୍ର ଏହାର ସମାଧାନ ହେବା ସହ ନୂଆ ମନ୍ତ୍ରୀ ମଣ୍ଡଳ ସ୍ଥାପନ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.