fbpx
BSKY
BJD MC SKY
BJD YOUTH SKY

ଛାତ୍ର ନିଖୋଜ ଘଟଣା: ୫ଦିନ ପରେ ମିଳିଲା ପତ୍ତା, ଉଦ୍ଧାର ହେଲେ ଅମ୍ରିତ

ନୟାଗଡ: କିଛିଦିନ ତଳେ ସପ୍ତମଶେଣୀ ଛାତ୍ର ଅମ୍ରିତ ପାତ୍ର ନିଖୋଜ ଘଟଣା ଜୋର ଧରିଥିଲା । ବର୍ତ୍ତମାନ ଅମ୍ରିତଙ୍କୁ ଉଦ୍ଧାର କରାଯାଇଛି । ଏତେ ଦିନ ଧରି ଅମ୍ରିତ ନିଖୋଜ ଥିବାବେଳେ, ଏନେଇ ପୋଲିସ ନିଜର ତତ୍ପରତା ପ୍ରଦର୍ଶନ କରିଛି ।

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗ୍ରାମରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ୫ଦିନ ହେଲାଣି ନିଖୋଜ ଥିଲେ । ଅମ୍ରିତର ଅପହରଣକୁ ନେଇ କଣ ରହିଛି କାରଣ ଏବଂ ବହୁ ଖୋଜାଖୋଜି କରିଥିଲା ପୋଲିସ । ହେଲେ ୫ଦିନ ଦିନ ହେଲାଣି ଅମ୍ରିତଙ୍କ ସନ୍ଧାନ ମିଳୁନଥିଲା । ଗତ ୧୫ତାରିଖ ଦିନ ଗୁରୁବାର ରାତି ପ୍ରାୟ ୭ଟାରେ ଟ୍ୟୁସନରୁ ଘରକୁ ଫେରିବା ବାଟରେ ସେ ନିଖୋଜ ଥିଲେ । ହେଲେ ବର୍ତ୍ତମାନ ତାଙ୍କୁ ଉଦ୍ଧାର କରାଯାଇଛି ଏବଂ ଅମ୍ରିତ ନିଜ ଘରକୁ ଫେରିଛନ୍ତି ।

ସୂଚନା ଅନୁଯାୟୀ, ଗତ ରାତିରେ ଘର ପାଖରେ କେହି ଅଜଣା ଲୋକ ଅମ୍ରିତଙ୍କୁ ଛଡ଼ିଦେଇଥିବା କଥା ସାମ୍ନାକୁ ଆସିଛି । ଏହାପରେ ପୋଲିସ ଅମ୍ରିତଙ୍କୁ ହେପାଜତକୁ ନେଇଛି । ବର୍ତ୍ତମାନ ମେଡ଼ିକାଲରେ ଅମ୍ରିତର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସ୍ୱସ୍ଥ୍ୟବସ୍ଥା ପରୀକ୍ଷା ପରେ ଅମ୍ରିତଙ୍କୁ କୋଟରେ ହାଜର କରାଯିବା ପରେ ଅମ୍ରିତର ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି । ଏହି ବୟାନ ଆଧାରରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ନିଆଯିବ । ଏନେଇ ଅମ୍ରିତଙ୍କ ବାପା ମାଆଙ୍କୁ ମଧ୍ୟ ଥାନାକୁ ନିଆଯାଇଛି ।

Get real time updates directly on you device, subscribe now.