fbpx

ଓଡ଼ିଶା ଗସ୍ତରେ ହିମନ୍ତ ଓ ଭେଙ୍କୟା ନାଇଡୁ, ରାଜ୍ୟପାଳଙ୍କ ସହ କରିବେ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ଆଜି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ।ଏହି ଗସ୍ତ ଅବସରରେ ଉଭୟ ହିମନ୍ତ ଓ ଭେଙ୍କୟା ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିବେ । ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ହିମନ୍ତ ବିଶ୍ୱସର୍ମାଙ୍କ ଦିନିକିଆ ଗସ୍ତର କାର୍ଯ୍ୟକ୍ରମ ରହିଛି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସିଧାସଳଖ ଭୁବନେଶ୍ୱର ବିମାନବନ୍ଦର ଯିବେ ଏବଂ ସେଠାରୁ ଝାଡ଼ଖଣ୍ଡ ଅଭିମୁଖେ ଯାତ୍ରା କରିବେ ହିମନ୍ତ ।

Get real time updates directly on you device, subscribe now.