ନୂଆଦିଲ୍ଲୀ ୧୮ ।୪ (ଓଡିଶା ଭାସ୍କର) : ପ୍ରସିଦ୍ଧ ଉପନ୍ୟାସକାର ଓ ସାହିତ୍ୟକାର ନରେନ୍ଦ୍ର କୋହଲିଙ୍କର ପରଲୋକ ହୋଇଯାଇଛି । ଗତକାଲି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । କରୋନା ସଂକ୍ରମିତ ଯୋଗୁ ନରେନ୍ଦ୍ର କୋହଲିଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ଯୋଗେ ଶ୍ରଦ୍ଧାଞ୍ଜଳି ଦେବା ସହିତ ଗଭୀର ଶୋକ ମଧ୍ୟ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,‘ସୁପ୍ରସିଦ୍ଧ ସାହିତ୍ୟକାର ନରେନ୍ଦ୍ର କୋହଲିଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖ ଦେଇଛି । ପୌରାଣିକ ଏବଂ ଐତିହାସିକ ଚରିତ୍ରମାନଙ୍କୁ ସାହିତ୍ୟ ମାଧ୍ୟମରେ ଜୀବନ୍ତ ଚିତ୍ରଣ ପାଇଁ ସେ ସବୁବେଳେ ମନେ ରହିବେ । ଏଭଳି ଶୋକାକୂଳ ପରିବେଶରେ ତାଙ୍କ ପରିବାର ପ୍ରତି ମୋର ସମବେଦନା ।’
सुप्रसिद्ध साहित्यकार नरेंद्र कोहली जी के निधन से अत्यंत दुख पहुंचा है। साहित्य में पौराणिक और ऐतिहासिक चरित्रों के जीवंत चित्रण के लिए वे हमेशा याद किए जाएंगे। शोक की इस घड़ी में मेरी संवेदनाएं उनके परिजनों और प्रशंसकों के साथ हैं। ओम शांति!
— Narendra Modi (@narendramodi) April 17, 2021
ସେପଟେ ଆରଏସଏସ ପ୍ରମୁଖ ମୋହନ ଭାଗବତ ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କ ଟ୍ୱଟିରେ କହଛନ୍ତି କି ‘ପ୍ରସିଦ୍ଧ ସାହିତ୍ୟକାର ନରେନ୍ଦ୍ର କୋହଲିଙ୍କ ଦେହାନ୍ତ ଖବର ଖୁବ କଷ୍ଟ ଦେଇଛି । ତାଙ୍କ ଦେହାନ୍ତ ପରେ ସାହିତ୍ୟ ପାଇଁ ଏକ ସୁବର୍ଣ୍ଣ ଅଧ୍ୟାୟର ଅନ୍ତ ଘଟିଲା ।’ ସେହିପରି ନରେନ୍ଦ୍ର କୋହଲି ମହାସମର, ଅଭ୍ୟୁଦୟ, ଅଭିଜ୍ଞାନ, ଧର୍ମ, ରାମ କଥା ଏବଂ ଦିକ୍ଷା ଭଳି ପ୍ରସିଦ୍ଧ ବହି ତାଙ୍କ ଲେଖନୀ ମୁନରୁ ଲେଖା ହୋଇଛି । ୨୦୧୭ରେ ତାଙ୍କୁ ପଦ୍ମଶ୍ରୀ ପୁରଷ୍କାରରେ ସମ୍ମାନିତ କରାଯାଇଥିଲା ।