fbpx

‘ମୁହଁ ବାନ୍ଧି କଲେ ଦୁଷ୍କର୍ମ, ଆମେ ଝିଅମାନଙ୍କୁ ବଞ୍ଚାଇବାକୁ ସବୁ କିଛି..’, ବାଂଲାଦେଶରେ ହିନ୍ଦୁ ମହିଳାଙ୍କୁ ନିର୍ଯାତନା

ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ ହସିନାଙ୍କ ଇସ୍ତଫା ପରେ ହିନ୍ଦୁମାନଙ୍କ ଘରେ ଚୋରି, ଭଙ୍ଗାରୁଜା ଏବଂ ହିନ୍ଦୁ ମହିଳାଙ୍କ ସହ ଦୁଷ୍କର୍ମର ଅନେକ ଘଟଣା ସାମ୍ନାକୁ ଆସିଛି। ବାଂଲାଦେଶରେ ହିନ୍ଦୁମାନଙ୍କୁ ହତ୍ୟା ଏବଂ ମନ୍ଦିରରେ ଭଙ୍ଗାରୁଜା ବହୁ ପରିମାଣରେ ଘଟୁଛି।

ବାଂଲାଦେଶର ଅନେକ ହିନ୍ଦୁ ମହିଳାମାନେ ଇସଲାମୀୟ ବିକ୍ଷୋଭକାରୀଙ୍କ ଦ୍ୱାରା ହୋଇଥିବା ଅତ୍ୟାଚାରର କାହାଣୀ କହିବାକୁ ଆଗକୁ ଆସିଛନ୍ତି। ଗୁରୁବାର ଦିନ ଏକ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ବାଂଲାଦେଶର ପିରୋଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହୁଥିବା ଅନେକ ହିନ୍ଦୁ ମହିଳାମାନଙ୍କର ଅଟେ। ଏହି ବିକ୍ଷୋଭକାରୀଙ୍କ ଦ୍ୱାରା ସିକାର ହୋଇଥିବା ମହିଳାମାନେ କହିଛନ୍ତି ଯେ, ସେମାନେ ଖଣ୍ଡା ଏବଂ ଧାରୁଆ ଅସ୍ତ୍ର ସହ ଆସିଥିଲେ। ସେ ସବୁ କିଛି ଚୋରି କରିନେଲେ। ନିଜ ଝିଅମାନଙ୍କୁ ବଞ୍ଚାଇବା ପାଇଁ ସେମାନେ ସବୁକିଛି ଦେଇଦେଲେ।

ଅନ୍ୟ ଜଣେ ହିନ୍ଦୁ ମହିଳା କାନ୍ଦି କାନ୍ଦି କହିଛନ୍ତି ଯେ, ରାତିରେ ଲୋକେ ଆସିଲେ। ସେମାନେ ଆମ ଘରେ ଭଙ୍ଗାରୁଜା କଲେ ଏବଂ ସବୁ କିଛି ଚୋରି କରିନେଲେ। ଆମେ ଏହି ସମୟରେ ଲୁଚିଯାଇଥିଲୁ। ସେମାନେ ଆମ ଭାଉଜଙ୍କୁ ଏକ ରୁମକୁ ନେଇଯାଇଥିଲେ ଏବଂ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ ଆମେ ଦେଖିବାକୁ ପାଇଥିଲୁ ଯେ, ଆମ ଭାଉଜଙ୍କ ମୁହଁରେ କପଡା ବନ୍ଧା ଯାଇଛି। ସେ ତାଙ୍କର ଗଳା କାଟିବାକୁ ଚାହୁଁଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଆମେ ସେମାନଙ୍କୁ ସବୁ ସୁନା ଗହଣା ଦେଇଥିଲୁ।

ପୀଡିତ ମହିଳା କହିଛନ୍ତି ଯେ, ତାଙ୍କୁ ଚେତାବନୀ ଦିଆଯାଇଥିଲା ଯେ, ବିକ୍ଷୋଭକାରୀଙ୍କ ୫୦ ଜଣ ଲୋକେ ତାଙ୍କ ଘର ଘେରିଛନ୍ତି, ଏବଂ ସେମାନଙ୍କ ପାଖେ ଖସି ପଳାୟନ କରିବାର କୌଣସି ରାସ୍ତା ନାହିଁ। ଏହାପରେ ସେ ମୋ ସହ ସବୁ କରିଥିଲେ ଏବଂ ପରେ ସବୁ କିଛି ନେଇଯାଇଥିଲେ।

Get real time updates directly on you device, subscribe now.