ସତର୍କ ରୁହନ୍ତୁ ଜିଲ୍ଲାବାସୀ..ଏହି ତାରିଖରେ ଖୋଲିବ ହୀରାକୁଦ ଗେଟ୍, ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ

ଆସନ୍ତା ୬ରେ ଖୋଲିବ ହୀରାକୁଦ ଡ୍ୟାମ୍ ।

ଭୁବନେଶ୍ବର: ହୀରାକୁଦ ଗେଟ୍ ଖୋଲିବା ନେଇ ତାରିଖ ଘୋଷଣା ହୋଇସାରିଛି । ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ ।

ଏନେଇ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି । ତେବେ ଗେଟ୍ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ।

ସକାଳ ୧୦ଟାରେ ଖୋଲିବ ୭ ନମ୍ବର ଗେଟ୍  । ପୂଜାର୍ଚ୍ଚନା ପରେ ହୀରାକୁଦ ଗେଟ୍ ଖୋଲାଯିବା ନେଇ ଘୋଷଣା କରାଯାଇଛି ।

ତେବେ ହୀରାକୁଦ ଗେଟ୍ ଖୋଲିବା ପୂର୍ବରୁ ଲୋକଙ୍କୁ ସୂଚନା ଦିଆଯାଇଥିଲା । 48 ଘଣ୍ଟା ଡାକବାଜି ଯନ୍ତ୍ରରେ ପ୍ରଚାର କରିବା ପରେ ରବିବାର ସକାଳ 10ଟାରେ ଗେଟ୍ ଖୋଲାଯିବ ।

ପ୍ରକାଶଥାଉକି, ଗତ କିଛି ଦିନ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ହୀରାକୁଦ ଡ୍ୟାମର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଡ୍ୟାମ ମୁଖ୍ୟଙ୍କ ପକ୍ଷରୁ ଘୋଷଣା କରାଯାଇଛି ।