ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍ ଖୋଲା, ଫୁଲୁଛି ମହାନଦୀ, ସୁବର୍ଣ୍ଣରେଖା

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରୁଛି। ହୀରାକୁଦ ଡ୍ୟାମ୍ ବାମପଟର ୧୧ଟି ଗେଟ୍ ଖୋଲାଅଛି। ଡାହାଣ ପଟର ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ଏବେ ହୀରାକୁଦ ଜଳସ୍ତର ୬୦୬ ଦଶମିକ ୨୩ ଫୁଟ ରହିଛି।

ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୯ ହଜାର ୧୦ କ୍ୟୁସେକ ଜଳ ପ୍ରବେଶ ହେଉଛି। ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୯ ହଜାର ୮୩୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ସ୍ପିଲୱେ ପାଇଁ ଯାଉଛି ୨ ଲକ୍ଷ ୩୨ ହଜାର ୮୯୬ କ୍ୟୁସେକ୍ ଜଳ।

ପାୱାର ଚ୍ୟାନେଲ ପାଇଁ ଛଡ଼ାଯାଉଛି ୩୩ ହଜାର ୭୦୮ କ୍ୟୁସେକ୍ ପାଣି।ହୀରାକୁଦରେ ୬୪ ସ୍ଲଇସ୍ ଓ ୩୪ କ୍ରେଷ୍ଟ ଗେଟକୁ ମିଶାଇ ୯୮ଟି ଗେଟ୍ ରହିଛି। ହୀରା କୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି।

ଫୁଲୁଛି ମହାନଦୀ, ସୁବର୍ଣ୍ଣରେଖା: ଲଗାଣ ବର୍ଷାରେ ଫୁଲୁଛି ବିଭିନ୍ନ ନଦୀର ଜଳସ୍ତର। ନରାଜଠାରେ ବଢୁଛି ମହାନଦୀ ଜଳସ୍ତର। ଆଖୁଆପଦାରେ ଫୁଲୁଛି ବୈତରଣୀ। ରାଜଘାଟ ଓ ଜାମଶୋଳାଘାଟରେ ଫୁଲୁଛି ସୁବର୍ଣ୍ଣରେଖା। ମଥାନୀଠାରେ ବଢୁଛି ଜଳକା ଜଳସ୍ତର।