Big Breaking: ହୀରାକୁଦ ଡ୍ୟାମର ଖୋଲିଲା ୨ଟି ଗେଟ୍

ସମ୍ବଲପୁର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏନେଇ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ହୀରାକୁଦ ଡ୍ୟାମର ୨ଟି ଗେଟ ଖୋଲିଛି । ଉଭୟ ବାମ ଓ ଦକ୍ଷିଣ ପାଶ୍ୱର୍ରେ ଗୋଟିଏ ଲେଖାଏଁ ଖୋଲିଛି । ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା ସମ୍ଭାବନା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ ରହିଥିଲା । କିନ୍ତୁ ଲଘୁଚାପର ପ୍ରଭାବରେ ଏହାର ଜଳସ୍ତର ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଗେଟ ଖୋଲିବା ପାଇଁ ଆଦେଶ ଦେଇଛନ୍ତି । ପ୍ରତି ସେକେଣ୍ଡରେ ଜଳ ୪୭୪୬୬ କ୍ୟୁସେକ ଜଳଭଣ୍ଡାରକୁ ପ୍ରବେଶ କରୁଛି । ଏହି ଅନୁପାତରେ ୩୪୭୬୧ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ମଧ୍ୟ ହେଉଛି । ଆଗକୁ ୩ ଧରି ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଉପରି ନିଷ୍ପତି ନିଆଯାଇଛି ବୋଲି ହୀରାକୁଦ ବନ୍ଧର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ ସୂଚନା ଦେଇଛନ୍ତି ।