fbpx

ସର୍ବୋଚ୍ଚ ଜଳସ୍ତର ଛୁଇଁଲା ହୀରାକୁଦ ଡ୍ୟାମ୍; ସେକେଣ୍ଡକୁ ପ୍ରବେଶ କରୁଛି ୫୬, ୩୯୨ ଘନ ଫୁଟ୍ ଜଳ

ସମ୍ବଲପୁର: (ଓଡ଼ିଶା ଭାସ୍କର) ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ ଛୁଇଁଲା ସର୍ବୋଚ୍ଚ କ୍ଷମତା । ହୀରାକୁଦ ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍, ବର୍ତ୍ତମାନ ଅଛି ୬୩୦ ଫୁଟ୍ ଜଳ। ଜଳଭଣ୍ଡାରକୁ ସେକେଣ୍ଡକୁ ପ୍ରବେଶ କରୁଛି ୫୬, ୩୯୨ ଘନ ଫୁଟ୍ ଜଳ । ଉପର ମୁଣ୍ଡରେ ଅଧିକ ବର୍ଷା ହେବାରୁ ଡ୍ୟାମ୍ ଫୁଲ୍ ହୋଇଥିବା ନେଇ ସୂଚନା ।

ଉପର ମୁଣ୍ଡରେ ଜଳ ପ୍ରବେଶ ପରିମାଣ କମୁଥିବାରୁ ଓ ବର୍ଷାର ସମ୍ଭାବନା ନ ଥିବାରୁ ଚିନ୍ତାଜନକ ସ୍ଥିତି ଏବେ ଯାଏଁ ଉପୁଜିନି । ଯଦି ଜଳ ପ୍ରବେଶ ପରିମାଣ ବଢ଼େ ତାହେଲେ ପୁଣି ଗେଟ୍ ଖୋଲାଯାଇପାରେ ବୋଲି ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ।

ଡ୍ୟାମର ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ପରିମାଣ କମିଛି । ତେଣୁ ସବୁ ଗେଟ୍‌ ବନ୍ଦ କରାଯାଇଛି । ଉପରମୁଣ୍ଡରେ ବର୍ଷା ହେଲେ ପୁଣି ଗେଟ୍‌ ଖୋଲା ଯାଇପାରେ । ତେବେ ଅଧିକ ବର୍ଷା ହେବନି ବୋଲି ଆଶା କରୁଛୁ ବୋଲି  ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି ।

Get real time updates directly on you device, subscribe now.