ଲିଫ୍ଟରେ ଯାଉଥିଲେ ସାବଧାନ! ବେକ ଚାପି ହୋଇ ଚାଲିଯାଉଛି ଜୀବନ
ଲିଫ୍ଟରେ ଚାପି ହୋଇଗଲା ବେକ। ଆଉ କ୍ଷଣିକ ମଧ୍ୟରେ ଚାଲିଗଲା ଜୀବନ।
ଉତ୍ତରପ୍ରଦେଶ: ଲିଫ୍ଟରେ ଯାଉଥିଲେ ସାବଧାନ ହୋଇଯାଆନ୍ତୁ! କାରଣ ଆପଣଙ୍କର ଟିକେ ଭୁଲ ପାଇଁ ଲିଫ୍ଟରେ ଚାପି ହୋଇ ନିଜର ଜୀବନ ଚାଲିଯାଇପାରେ। ଏପରି ଏକ ଘଟଣା ଘଟିବା ପରେ ଲିଫ୍ଟରେ ଯିବା ପାଇଁ ଡ଼ରିଲେଣି ଲୋକେ।
ପ୍ରଥମେ ଲିଫ୍ଟ ବନ୍ଦ ହୋଇଗଲା। ବାହାରକୁ ମୁଣ୍ଡ ଖୋଲି ଦେଖିବା ବେଳକୁ ହଠାତ୍ ପୁଣି ଠିକ୍ ହୋଇ ଚାଲିବାକୁ ଆରମ୍ଭ କଲା ଲିଫ୍ଟ। କିନ୍ତୁ ଏତିକି ବେଳେ ବାହରକୁ ମୁଣ୍ଡ ବାହାର କରିଥିବା ବ୍ୟକ୍ତିଙ୍କ ବେକ ଲିଫ୍ଟରେ ଚାପି ହୋଇଗଲା। ଆଉ ନିମିଷକେ ଚାଲିଗଲା ଜୀବନ।
ଲିଫ୍ଟରେ ଚାପି ହୋଇ ମୃତ୍ୟୁ: ହଁ ଆଜ୍ଞା ଉତ୍ତର ପ୍ରଦେଶର ମେରଠରେ ଜଣେ ବ୍ୟବସାୟୀଙ୍କ ବେକ ଲିଫ୍ଟରେ ଫସି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ ଲିଫ୍ଟରେଯାଉଥିଲେ। ହଠାତ୍ ମଝିରେ ଲିଫ୍ଟ ବନ୍ଦ ହୋଇଗଲା।
ତା’ପରେ ସେ ଲିଫ୍ଟରୁ ତଳକୁ ଚାହିଁଲେ, ହେଲେ ପୁଣି ଲିଫ୍ଟ ଚାଲିବାକୁ ଲାଗିଲା ଏବଂ ବ୍ୟବସାୟୀଙ୍କ ବେକ ଲିଫ୍ଟରେ ଫସିଗଲା, ଯାହା ପରେ ତାଙ୍କର ମୃତ୍ୟୁ ହେଲା। ମୃତକ ହରବିନ୍ଦର ସିଂହ, ବୟସ ୬୨ ବର୍ଷ ବୋଲି କୁହାଯାଉଛି। ଯାହାଙ୍କର ଏକ କାରଖାନା ମଧ୍ୟ ଅଛି।
କ’ଣ କହିଲେ ଭାଇ: ହରବିନ୍ଦର ସିଂହଙ୍କ ଭାଇ, ପୂର୍ବତନ ରଣଜୀ ଖେଳାଳି ଏବଂ କ୍ରୀଡା ଉଦ୍ୟୋଗୀ ସୁଖବିନ୍ଦର ସିଂହ ଓରଫ ସୁଖୀ କହିଛନ୍ତି ଯେ ହରବିନ୍ଦର ସିଂହ ସନ୍ଧ୍ୟା ପ୍ରାୟ ୭ଟା ସମୟରେ କାରଖାନାରେ ଜିନିଷ ନେବା ପାଇଁ ଲିଫ୍ଟରେ ଦ୍ୱିତୀୟ ମହଲାକୁ ଯାଉଥିଲେ।
ତା’ପରେ ହଠାତ୍ ଲିଫ୍ଟ ବନ୍ଦ ହୋଇଗଲା। ଲିଫ୍ଟ ବନ୍ଦ ହେବା ପରେ ହରବିନ୍ଦର ଲିଫ୍ଟରୁ ତଳକୁ ଚାହିଁବାକୁ ଲାଗିଲେ। ତା’ପରେ ଲିଫ୍ଟ ହଠାତ୍ ଚାଲିଲା। ଦୁର୍ଘଟଣା ଏତେ ଗୁରୁତର ଥିଲା ଯେ ହରବିନ୍ଦରଙ୍କୁ ଖସିଯିବାକୁ ସୁଯୋଗ ମଧ୍ୟ ମିଳିଲା ନାହିଁ ଏବଂ ସେ ଯନ୍ତ୍ରଣାଦାୟକ ମୃତ୍ୟୁବରଣ କଲେ।
୧୦ ଦିନ ପୂର୍ବରୁ ତିଆରି ହୋଇଥିଲା: କାରଖାନାରେ କାମ କରୁଥିବା ଶ୍ରମିକମାନେ ହରବିନ୍ଦରଙ୍କ ଭାଇଙ୍କୁ ଏ ବିଷୟରେ ଜଣାଇଥିଲେ। ସେ କହିଥିଲେ ଯେ ଦୁର୍ଘଟଣା ପରେ ହରବିନ୍ଦରଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ତଦନ୍ତରୁ ଜଣାପଡ଼ିଛି ଯେ ଏହି ଲିଫ୍ଟ ମାତ୍ର ୧୦ ଦିନ ପୂର୍ବରୁ ତିଆରି ହୋଇଥିଲା। ତାଙ୍କ ମୃତ୍ୟୁ ପରେ ହରବିନ୍ଦରଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ତଥାପି ତାଙ୍କ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଦିଆଯାଇ ନାହିଁ।