ସାଉଥ ଆଫ୍ରିକାର David Miller ରଚିଲେ ଇତିହାସ, ଏବି ଡେଭିଲିୟର୍ସଙ୍କୁ ପଛରେ ପକାଇଲେ

ସାଉଥ ଆଫ୍ରିକାର ଦମଦାର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଡେଭିଡ ମିଲର ଅନ୍ୟତମ । ସେ ଟି-୨୦ କ୍ରିକେଟରେ ରେକର୍ଡ ସୃଷ୍ଟି କରିଛନ୍ତି ।

ନୂଆଦିଲ୍ଲୀ: ସାଉଥ ଆଫ୍ରିକାର ବ୍ୟାଟ୍ସମ୍ୟାନ ଡେଭିଡ ମିଲର ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଟି-୨୦ କ୍ରିକେଟରେ ଏବି ଡେଭିଲିୟର୍ସ ଏବଂ ଫାଫ ଡୁ ପ୍ଲେସିସଙ୍କୁ ପଛରେ ପକାଇଛନ୍ତି ।

ସେ ସାଉଥ ଆଫ୍ରିକାର ଟି-୨୦ ଲୀଗ ପୂର୍ବରୁ କ୍ୱାଲିଫାୟରରେ ପାର୍ଲ ରୟାଲ୍ସ ଏବଂ ଏମଆଇ କେପ ଟାଉନ ମଧ୍ୟରେ ହେଉଥିବା ମ୍ୟାଚରେ ନିଜର ନାମକୁ ଇତିହାସରେ ଲିପିବଦ୍ଧ କରିଛନ୍ତି । ସେ ଟି-୨୦ କ୍ରିକେଟରେ ୫୦୦ ଛକା ମାରିଥିବା ପ୍ରଥମ ଖେଳାଳି ହୋଇଛନ୍ତି ।

ମିଲର ଏହି ମ୍ୟାଚ ପୂର୍ବରୁ ୫୧୭ଟି ମ୍ୟାଚରେ ୪୯୯ ଟଙ୍କା ମାରିଥିଲେ । ସେ ଟି-୨୦ କ୍ୟାରିୟରର ୫୦୦ଟି ଛକା ମାରିଥିବା ପ୍ରଥମ ପ୍ରୋଟିସ ଖେଳାଳି ହୋଇଛନ୍ତି ।

ମିଲର ଏହି ମ୍ୟାଚ ପୂର୍ବରୁ ୫୧୭ ମ୍ୟାଚରେ ୪୯୯ ଛକା ମାରିଛନ୍ତି । ସେ ଟି-୨୦ କ୍ୟାରିୟରର ୫୦୦ଟି ଛକ୍କା ୧୦ ଓଭରରେ ଏମଆଇ କେପଟାଉନର କ୍ୟାପ୍ଟେନ ରଶିଦ ଖାନଙ୍କ ବଲରେ ସ୍କେ୍ୱୟାର ଲେଗରେ ଲଗାଇଛନ୍ତି ।