fbpx
BSKY
BJD YOUTH SKY
BJD MS SKY

ହୋଲି ୨୦୨୩: ରାସାୟନିକ ରଙ୍ଗ ଚର୍ମକୁ କ୍ଷତି ପହଞ୍ଚାଏ, ଏପରି ଚିହ୍ନନ୍ତୁ ଅସଲି ଏବଂ ନକଲି ରଙ୍ଗ

ହୋଲି ୨୦୨୩: ହୋଲି ରଙ୍ଗର ପର୍ବ । ଏହି ଦିନ ରଙ୍ଗ ଖେଳାଯାଏ । କିନ୍ତୁ ହୋଲି ସମୟରେ ବଜାରରେ ଅପମିଶ୍ରିତ ରଙ୍ଗ ବିକ୍ରି ହୁଏ । ଏହି ରଙ୍ଗରେ ରାସାୟନିକ ପଦାର୍ଥ, ବାଲି, କାଚ ଗୁଣ୍ଡ ଏବଂ ମାଟି ଇତ୍ୟାଦି ମିଶ୍ରିତ କରାଯାଏ । ଯାହା କେବଳ ଚର୍ମର ଆଲର୍ଜି ସୃଷ୍ଟି କରେ ନାହିଁ, ବରଂ ଚର୍ମରେ ସ୍କ୍ରାଚ୍ ହେବା ସହ କଟିଯାଏ ମଧ୍ୟ । ଏଭଳି ପରିସ୍ଥିତିରେ ଅସଲି ଏବଂ ନକଲି ରଙ୍ଗ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବିଶେଷତଚରି ଯେତେବେଳେ ଏହି ରଙ୍ଗ ଘରର ଛୋଟ ପିଲାମାନେ ଖେଳନ୍ତି, ସେତେବେଳେ ଏଥିପ୍ରତି ଅଧିକ ଯତ୍ନବାନ ହେବା ଉଚିତ୍ ।

ଅସଲି ଓ ନକଲି ରଙ୍ଗ ଚିହ୍ନିବେ କିପରି ?
ପ୍ରଥମେ ଅଳ୍ପ ରଙ୍ଗ ନେଇ ହାତ ଲଗାନ୍ତୁ । ଏହାକୁ ଓଦା କରି ମଧ୍ୟ ଳଗାଇ ପାରିବେ । ୧୦ରୁ ୧୫ ମିନିଟ୍ ରଖିବା ପରେ ଧୋଇ ଦେବେ । ଯଦି ତାହା ଶୀଘ୍ର ଛାଡି ଯାଏ ତେବେ ତାହା ଅସଲି ବା ଅର୍ଗାନିକ ରଙ୍ଗ । ଯଦି ରଙ୍ଗ ଛାଡେନାହିଁ, ବହୁତ ସମୟ ଲାଗି ରହୁହେ, ତେବେ ତାହା ନକଲି ରଙ୍ଗ ।

ପ୍ୟାକେଜିଂ ଉପରେ ଧ୍ୟାନ
ଅସଲି ରଙ୍ଗରେ ପ୍ୟାକେଜିଂରେ ଲେଖାଥିବା ନିର୍ଦ୍ଦେଶବଳୀ ଲେଖାଯାଇଥାଏ । ଯାହା ଦ୍ୱାରା ଆପଣଙ୍କ ଚର୍ମକୁ କୌଣସି କ୍ଷତି ପହଞ୍ଚିବନାହିଁ । ଏହା ବ୍ୟତୀତ ପ୍ୟାକେଜିଂ ଯାଞ୍ଚ କରନ୍ତୁ, ଯେପରି କୌଣସି ଖରାପ ହୋଇନଥିବ । ଖରାପ ପ୍ୟାକେଜିଂ ଥିଲେ ଜାଣିବେ ଯେ ତାହା ୧୦୦ ପ୍ରତିଶତ ନକଲି ରଙ୍ଗ ।

ପାଣିରେ ପରୀକ୍ଷା କର
ଯଦି ଆପଣ ଏହାକୁ ଚର୍ମରେ ଲଗାଇ ପରୀକ୍ଷା କରିବାକୁ ଚାହୁଁନାହାଁନ୍ତି, ତେବେ ପାଣିରେ ମଧ୍ୟ ପରୀକ୍ଷା କରି ଏହା ଦେଖାଯାଇପାରେ । ପାଣିରେ ରଙ୍ଗ ପରୀକ୍ଷା କରିବାକୁ, ଏକ ଚାମଚ ରଙ୍ଗକୁ ପାଣିରେ ମିଶାନ୍ତୁ । ଯଦି ରଙ୍ଗ ପାଣିରେ ସଂପୂର୍ଣ୍ଣ ଭାବେ ତରଳିଯାଏ, ତେବେ ରଙ୍ଗ ପ୍ରାକୃତିକ ଏବଂ ଯଦି ନୁହେଁ, ତେବେ ରାସାୟନିକ ରଙ୍ଗ । ଏହା ବ୍ୟତୀତ ଯଦି ବାସନକୁସନ ରଙ୍ଗ ପଡିଥିବ ତେବେେ ବାସନକୁସନ ସଫା କରିବା ପରେ ପ୍ରାକୃତିକ ରଙ୍ଗ ସହଜରେ ଧୋଇଯିବ, ନକଲି ରଙ୍ଗହୋଇଥିଲେ ତାହା ଶୀଘ୍ର ଛାଡିବନି ।

ଚିକଚିକ୍ ଦେଖାଗଲେ

ଯଦି ରଙ୍ଗରେ ଚିକଚିକ୍ ଦେଖାଯାଏ, ତେବେ ସେଥିରେ ହୁଏତ କାଚ ଗୁଣ୍ଡ ମିଶିଥାଇପାରେ । ଏହାକୁ ଚର୍ମ ଉପରେ ଳଗାଇଲେ କଟି ଯିବାର ସମ୍ଭାବାନା ଥାଏ ।

ସାଧାରଣତଃ ପ୍ରାକୃତିକ ରଙ୍ଗ ମହଙ୍ଗା ଏବଂ ସ୍ଥାନୀୟ ରାସାୟନିକ ରଙ୍ଗର ମୂଲ୍ୟ କମ୍ ଥାଏ । ଭଲ ରଙ୍ଗ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ସାଧାରଣତଃ ମହଙ୍ଗା ହୋଇଥାଏ । ସେଥିପାଇଁ ଟଙ୍କା ସଞ୍ଚୟ କରିବା ପାଇଁ ଶସ୍ତା ଏବଂ ଚର୍ମ-କ୍ଷତିକାରକ ରଙ୍ଗ କିଣନ୍ତୁ ନାହିଁ ।

Get real time updates directly on you device, subscribe now.