fbpx
BSKY
BJD SHG SKY
BJD YOUTH SKY

ହୋଲି ଭରିଦେଲା ବ୍ୟବସାୟୀଙ୍କ ମୁଣି, ଭୋକାଲ ଫର ଲୋକାଲର ରହିଲା ଚାହିଦା

ନୂଆଦିଲ୍ଲୀ: ରଙ୍ଗର ଉତ୍ସବ ହୋଲିରେ ବ୍ୟବସାୟ ଖୁବ ଜୋରରେ ହେଉଛି । ଲୋକମାନେ ବଜାରରେ ଅନେକ ମାତ୍ରାରେ କିଣାକିଣି କରିଛନ୍ତି ଏବଂ ହୋଲିର ଉତ୍ସବରେ ସାମିଲ ହୋଇଛନ୍ତି । ବ୍ୟବସାୟ ସଂଗଠନ ଦ୍ୱାରା କରାଯାଇଥିବା ସର୍ଭେ ମୁତାବକ, ଲୋକମାନେ ହୋଲି ଉତ୍ସବ ପାଳନ କରିବା ଲାଗି ୫୦ ହଜାର କୋଟି ଟଙ୍କାରୁ ଅଧିକ କ୍ରୟ କରିସାରିଛନ୍ତି । ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା ରହିଛି । ଏହା ବ୍ୟତୀତ ବଜାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୋକାଲ ଫର ଲୋକାଲର ସ୍ପଷ୍ଟ ଭାବେ ଦେଖାଦେଇଛି । ଲୋକେ କ୍ରୟ କରିବା ସମୟରେ ଚୀନରେ ତିଆରି ହୋଇଥିବା ରଙ୍ଗଠାରୁ ଦୂରେଇ ଅଛନ୍ତି ।

କନଫେଡରେସନ ଅଫ ଇଣ୍ଡିଆ ଟ୍ରେଡର୍ସଙ୍କ ସର୍ଭେରେ ଜଣାପଡିଛି ଯେ, ହୋଲି ବଜାରରେ ଖୁବ ଜୋରରେ ବିକ୍ରୟ ଚାଲିଛି । ଏହା କେବଳ ବାଣିଜ୍ୟ ନୁହେଁ ଲୋକେ ଆତ୍ମନିର୍ଭର ମିଶନକୁ ସହଯୋଗ କରିଛନ୍ତି । କ୍ୟାଟର ସଂଖ୍ୟା ଅନୁସାରେ, ହୋଲିରେ ଏଥର ଚାଇନିଜ ଜିନିଷର ବିକ୍ରି ସୁସ୍ଥ ରହିଛି । ଦିଲ୍ଲୀରେ କେବଳ ୫୦୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ ହୋଇଛି ।

ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେଶବାସୀଙ୍କୁ ହୋଲିର ଶୁଭକାମନା ଜଣାଇ କହିଛନ୍ତି ଯେ, ରଙ୍ଗର ଉତ୍ସବକୁ ପ୍ରେମ ଏବଂ ଖୁସିର ସହ ପାଳନ କରନ୍ତୁ । ମୁଁ ଆଶା କରୁଛି ଯେ, ଏହି ହୋଲି ଆପଣଙ୍କ ସମସ୍ତଙ୍କ ଜୀବନରେ ନୂଆ ଶକ୍ତି ଏବଂ ଉତ୍ସାହ ଭରି ଦେଉ । ରାବିବାର ରାତିରେ ଦେଶବାସୀ ହୋଲି ଦାହ ପାଳନ କରିଛନ୍ତି ।

Get real time updates directly on you device, subscribe now.