fbpx

ସିକିମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସ ୧୯ ତାରିଖ ଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ଲୋକସଭା ନିର୍ବାଚନ ସହିତ ୪ ରାଜ୍ୟ ଓଡ଼ିଶା, ସିକିମ, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଜୁନ୍ ୨ରେ ଘୋଷଣା ହେବ । ଲୋକସଭା ଓ ଅନ୍ୟ ଦୁଇ ବିଧାନସଭାର ଫଳଫଳ ଜୁନ ୪ରେ ଘୋଷଣା ହେବ ।

ତେବେ ଏହା ମଧ୍ୟରେ ସିକିମ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ରାଜ୍ୟ ବିଧାନସଭାର ମୋଟ ୩୨ଟି ଆସନ ମଧ୍ୟରୁ ଦଳ ୧୪ ଜଣଙ୍କ ନାମ ଘୋଷଣା କରିଛି । ଏହା ପୂର୍ବରୁ ସିକିମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୧୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ମାର୍ଚ୍ଚ ୧୬ରେ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଥିବା ବେଳେ ୨୦ରେ ଏନେଇ ଗେଜେଟ୍ ନୋଟିଫିକେସନ ପ୍ରକାଶ ପାଇଥିଲା । ମାର୍ଚ୍ଚ ୨୭ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଥିବା ବେଳେ େ୨୮ରେ ନୋମିନେସନ ଯାଞ୍ଚ କରାଯିବ । ୩୦ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଏପ୍ରିଲ ୧୯ରେ ଭୋଟ ହେବ ଓ ଜୁନ ୨ରେ ଗଣତି ହେବ ।

Get real time updates directly on you device, subscribe now.