ଭୁବନେଶ୍ୱର, ୧୦ା୩(ଓଡ଼ିଶା ଭାସ୍କର): ପ୍ରତିବର୍ଷ ପବିତ୍ର ହୋଲି ପାଳନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଆଜି ହୋଲି ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ଆନନ୍ଦର ପର୍ବ ହୋଲିରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପର୍ବ ସମସ୍ତ ଦେଶବାସୀଙ୍କୁ ଜୀବନରେ ସୁଖ, ସମୃଦ୍ଧି ଆଣିଦେଉ ବୋଲି ସେ କହିଛନ୍ତି ।
रंग, उमंग और आनंद के त्योहार होली की आप सभी को बहुत-बहुत बधाई। यह पर्व सभी देशवासियों के जीवन में खुशियों लेकर आए। pic.twitter.com/xfrfdNaduX
— Narendra Modi (@narendramodi) March 10, 2020
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦରୁ ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ଆନନ୍ଦମୟ ହେଉ । ସମସ୍ତେ ସୁରକ୍ଷିତ ଭାବେ ହୋଲି ଉତ୍ସବ ପାଳନ କରିବାକୁ ସେ କହିଛନ୍ତି ।
ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଦୋଳଗୋବିନ୍ଦଙ୍କ କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ। pic.twitter.com/yXw6EL29LK
— Naveen Patnaik (@Naveen_Odisha) March 9, 2020